କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଆନୁମାନିକ ୧ ଲକ୍ଷ ୧୫ ହଜାର ଟଙ୍କା ମୂଲ୍ୟର ୪ କି.୫୦୦ ଗ୍ରାମର ଚୋରା ଗଞ୍ଜେଇ ସହ ଏକ ହୁଣ୍ଡା ଆକ୍ଟିଭା ଗାଡ଼ି ନଂ:-ଓଡି-ଜିରୋ ୫-ଏଭି-୯୨୨୮ କୁ ଜବତ କରାଯାଇଛି। ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କଟକ ସଦର ଅବକାରୀ ବିଭାଗ ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ କମଲ ଲୋଚନ ପାଇକରାୟ ଙ୍କ ନେତୃତ୍ୱରେ ଏକ ଦଳ ଆଜି ସକାଳ ୭ ଟା ସମୟରେ କଟକର ବିଡ଼ାନାସୀ ଥାନା ଅନ୍ତର୍ଗତ ନଳିନୀ ମଣ୍ଡପ ପାଖରେ ଥିବା ରିଙ୍ଗ ରୋଡ ରେ ଚୋରା ଗଞ୍ଜେଇ ଚାଲାଣ ଲାଗି ଅପେକ୍ଷା କରିଥିବା ୪୩ ବର୍ଷର ଶ୍ରୀ ଲକ୍ଷ୍ମଣ ଦାସ ଓ ୩୮ ବର୍ଷ ବୟସ୍କ ଶ୍ରୀମତୀ ଯଶୋଦା ଦାସଙ୍କ ଠାରୁ ଏହି ଚୋରା ଗଞ୍ଜେଇ ଜବତ କରିଛନ୍ତି।

ଚଢାଉ ବେଳେ ଶ୍ରୀ ଲକ୍ଷ୍ମଣ ଦାସ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ଆସାମୀଙ୍କ ବିରୁଦ୍ଧରେ ଏକ ମାମଲା ଓଡ଼ିଶା ଅବକାରୀ ଆଇନ୍ ୧୯୮୫ ଏନ୍.ଡି.ପି.ଏସ୍ ଧାରା ୨୦(ବି)(।।)ବି ଅନୁଯାୟୀ ୠଜୁ କରି ମାମଲା ନଂ ୨୦୪/୨୫-୨୬ ତା ୨୮/୦୩/୨୦୨୬ ରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର କାରଣରୁ ଆସାମୀ କୁ ଜେଲ୍ ପଠାଇ ଦିଆଯାଇଛି।
ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଆସାମୀକୁ ଗିରଫ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଏହି ଚଢାଉ ରେ ନିରୀକ୍ଷକ ଶ୍ରୀ ପାଇକରାୟ ଙ୍କ ସହ ସହକାରୀ-ନିରୀକ୍ଷକ ଶ୍ରୀ ତରୁଣ କୁମାର ପାତ୍ର, ସହକାରୀ ଉପ-ନିରୀକ୍ଷକ ଶ୍ରୀମତୀ ସୁନିତା ଏଣ୍ଡ, ସହକାରୀ ଉପ-ନିରୀକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ ମାଝୀ, କନେଷ୍ଟବଳ ଶ୍ରୀମତୀ ବାସନ୍ତୀ ସଲିମା, ଶ୍ରୀ ଦୀପକ କୁମାର ସାହୁ ଓ ଶ୍ରୀମତୀ ପ୍ରେମାଞ୍ଜଳୀ ତିର୍କୀ ସାମିଲ୍ ଥିଲେ।














