ଵାଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିଧାରପୁର ସ୍ଥିତ ଶୂଭକଲ୍ୟାଣ ମଣ୍ଡପ ରଙ୍ଗମଞ୍ଚ ପରିସରରେ ସାହିତ୍ୟ ସିନ୍ଦୁରା ଓ ମା ଭଗବତୀ କଳା ନିକେତନ ର ମିଳିତ ଆନୁକୂଲ୍ୟରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇ ଯାଇଛି। ବିଶିଷ୍ଟ କବି ଓ ନାଟ୍ୟକାର ଭାଗିରଥି ସ୍ୱାଇଁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଦେଶ୍ୟ ରେ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବାଣପୁର ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ସର୍ବେଶ୍ୱର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ଭିକାରି ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସାହିତ୍ୟ ସିନ୍ଦୁରା ର ସମ୍ପାଦକ ଗୋଲକ ବିହାରୀ ପରିଡା,

ମା ଭଗବତୀ କଳାନିକେତନ ର ସମ୍ପାଦିକା ବିଷ୍ନୁପ୍ରିୟା ବାରିକ ପ୍ରମୁଖ ଯୋଗଦେଇ ଓଡ଼ିଆ ନାଟକରେ ସାମାଜିକ ମୂଲ୍ୟବୋଧ ଶୀର୍ଷକ ଆଲୋଚନା ଚକ୍ରରେ ସରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀଜଗନ୍ନାଥ ଓ ମା ଭଗ ବତୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଂଯୋଜକ ବିଶିଷ୍ଟ ନାଟ୍ୟ ନିର୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ଆମେରିକୀୟ ପ୍ରଖ୍ୟାତ ଅଭିନେତା ବିଲିଅମ ଡାଫୋ ଙ୍କ ଚଳିତ ବର୍ଷ ପାଇଁ ନାଟ୍ୟଵାର୍ତ୍ତା ପଠନ କରା ଯାଇଥିଲା।

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ନାଟ୍ୟକାର ଅଶୋକ କୁମାର ପ୍ରଧାନ, ନିର୍ଦେଶକ ପ୍ରମୋଦ କୁମାର ସ୍ୱାଇଁ, ଶିଶୁ ଅଭିନେତ୍ରୀ ଅନିତା ପ୍ରଧାନ, ପରୀ ବେହେରା ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରା ଯାଇଥିଲା। ପରିଶେଷରେ ସମ୍ପାଦିକା ବିଷ୍ନୁପ୍ରିୟା ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭଗବତୀ କଳା ନିକେତନର ମହିଳା ଶିଳ୍ପୀ ମାନଙ୍କ ଦ୍ୱାରା ନାଟକ ଖାଣ୍ଟି ସୁନା ମଞ୍ଚସ୍ଥ ହୋଇଥିଲା।















