ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :-ରେଳସେବା ସମ୍ପର୍କିତ ପାଞ୍ଚ ଦଫା ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚ ଆଜି ପୂର୍ବତଟ ରେଳପଥ, ଖୋର୍ଦ୍ଧା ରୋଡ଼ର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ବେହେରାଙ୍କୁ ନୟାଗଡ଼ ଟାଉନ ରେଳ ଷ୍ଟେସନଠାରେ ସାକ୍ଷାତ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଦାବି ଜଣାଇଛି । ଏହି ଦାବି ଗୁଡ଼ିକ ମଧ୍ୟରେ ଦଶପଲ୍ଲା-ଭୁବନେଶ୍ୱର ସେବା ଏକ୍ସପ୍ରେସ (୧୮୪୨୪/୧୮୪୨୩) ଟ୍ରେନକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା। ଏହାକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରିତ କଲେ ଜିଲ୍ଲାବାସୀ ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ତଥା ଏସ.ସି.ବି. ମେଡିକାଲ କଲେଜ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ସୁବିଧାରେ ଯାଆସ କରିପାରନ୍ତେ।















