No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :- ବିଗତ ଦିନରେ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା, ମୃତାହତଙ୍କୁ ମୂଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଏବଂ ଏହି ଦୁର୍ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ୨ ଜଣ ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ,୧ ଜଣ ଯନ୍ତ୍ରୀ ଓ ୧ ଜଣ ମେଡିକାଲ କର୍ମଚାରୀଙ୍କୁ ନିଲମ୍ବନ କରି ଓଡ଼ିଶା ସରକାର ବାହାଦୁରୀ ନେବାକୁ ଚେଷ୍ଟା କରୁଥିବା ବେଳେ

ଦୁର୍ଘଟଣା ସମୟରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଧୂକ୍ଷକ ଥିବା ଡଃ ଦୂର୍ଗାମାଧବ ଶତପଥୀଙ୍କୁ ପୁରସ୍କାର ସ୍ବରୂପ ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମେଡିକାଲକୁ ଅଧୂକ୍ଷକ ଭାବରେ ବଦଳି କରି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ୪ ଜଣ ବରିଷ୍ଠ ଡାକ୍ତର ଙ୍କୁ ଅଣଦେଖା କରି ଡ.ଜ୍ଯୋତିଷ ଚନ୍ଦ୍ର ଚୌଧୁରୀଙ୍କୁ ଅଧୂକ୍ଷକ ଭାବରେ ନିଯୁକ୍ତ କରିଛନ୍ତି ।
ବରିଷ୍ଠତା ଆଧାରରେ ଡ.ଚୈଧୁରୀ ୫ ନମ୍ବର ରେ ଥିବା ବେଳେ କିପରି ୪ ଜଣ ବରିଷ୍ଠ ଡାକ୍ତର ଙ୍କୁ ଅଣଦେଖା କରି ସରକାର ଏହି ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଲେ ତାହା ବର୍ତ୍ତମାନର ପ୍ରଶ୍ନବାଚୀ ହୋଇପଡିଛି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଆଜି କଟକର ରେଭେନ୍ସା ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଏକ ସର୍ବଦଳୀୟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । କଟକ ମହାନଗର ବିଜୁ ଜନତା ଦଳର ସଭାପତି ଶ୍ରୀ ପ୍ରଫୁଲ୍ଲ ସିଂଙ୍କ ଆହ୍ବାନ କ୍ରମେ ଏହି ସଭାରେ କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ସିଂ, ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ ରାଉତରାୟ,

ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଶ୍ୱଜିତ ମହାନ୍ତି, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ଜେନା,ସି.ପି.ଆଇ ନେତା ଶ୍ରୀ ଅମରେନ୍ଦୁ ମହାନ୍ତି,ସି.ପି.ଆଇ. ନେତା ଶ୍ରୀ ବଦ୍ରିନାରାୟଣ ଦାସ, କଂଗ୍ରେସ ଯୁବନେତା ଶ୍ରୀ ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ ରବିନ୍ଦ୍ର ନାଥ ମଲ୍ଲିକ,ବିଜୁ ଜନତା ଦଳ ନେତା ମହମ୍ମଦ ସକିଲ୍, ବିଜୁ ଜନତା ଦଳ ନେତା ରମଜାନ ଅଲ୍ଲୀ,
ବିଜୁ ଜନତା ଦଳ ନେତା ଶ୍ରୀ ଜନସନ ମହାପାତ୍ର ଙ୍କ ସହ ବହୁ ନେତା, ଯୁବକ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ରହି ଏହି ଦୁଃଖଦ ଦୁର୍ଘଟଣାର ନ୍ୟାୟିକ ତଦନ୍ତ ଲାଗି ଦାବି କରିବା ସହ ପ୍ରତିବାଦ କରିଥିଲେ। ମୃତକ ରୋଗୀଙ୍କ ଲାଗି କ୍ଯାଣ୍ଡେଲ ପ୍ରଜ୍ଜ୍ୱଳନ କରି ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଆହତଙ୍କ ସୁସ୍ଥତା ର କାମନା ଲାଗି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

No Result
View All Result