କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ ର ଶ୍ରୀରାମ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନୂତନ ଅଧିକ୍ଷକ ଭାବେ ଡକ୍ଟର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ଏଫ ଏମ ଟି (Forensic Medicine & Toxicology) ବିଭାଗର ବିଭାଗୀୟ ମୁଖ୍ୟ ଭାବେ ଦୀର୍ଘ ଅନୁଭବ ରଖିଛନ୍ତି। ଚିକିତ୍ସା ସେବା, ଶିକ୍ଷା ଓ ପ୍ରଶାସନ ମାମଲାରେ ତାଙ୍କର ଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରାଯାଇଛି ।















