କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ ବ୍ଲକର କୁଷ୍ପଙ୍ଗୀକୁ କଳାକ୍ଷେତ୍ର ଗ୍ରାମ ରୂପେ ଚୟନ କରାଯାଇଥିବା ଜଣାପଡ଼ିଛି । କଳା ସଂସ୍କୃତି ପରମ୍ପରାର ଅନୁଷ୍ଠାନ “କଳାକ୍ଷେତ୍ର” ପକ୍ଷରୁ କଳାର ବିକାଶ ତଥା ଉନ୍ନତି ନିମନ୍ତେ ଆସନ୍ତା ଏପ୍ରିଲ୍ ୧୪ ରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କଳା କ୍ଷେତ୍ର ଗ୍ରାମ ପ୍ରତିଷ୍ଠାହେବା ସହ କଳା ପରିବେଷଣ କରାଯିବାକୁ ସ୍ଥିର କରାଯାଇଛି ।

ଏହି ଅବସରରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ କଟକ ଜିଲ୍ଲା ସଭାପତି ମାଗୁଣୀ ଚରଣ ରାଉତଙ୍କ ଅଧ୍ୟକ୍ଷତାରେ ଆଠଗଡ ଠାରେ ଆୟୋଜିତ କାର୍ଯ୍ୟକାରୀ ବୈଠକରେ ଆଠଗଡର ପୁଷ୍ପଙ୍ଗୀ ଗ୍ରାମକୁ କଳା କ୍ଷେତ୍ର ଗ୍ରାମ ରୂପେ ଚୟନ କରାଯାଇଚ୍ଛି । ଆସନ୍ତା ଏପ୍ରିଲ୍ ୧୪ ତାରିଖ ପଣା ସଂକ୍ରାନ୍ତି ଦିନ ଏହି କୁଷ୍ପଙ୍ଗି କଳାକ୍ଷେତ୍ର ଗ୍ରାମରେ କଟକ ଜିଲ୍ଲାର ବହୁ ସଂଖ୍ୟାର ଲୋକ କଳାକାରମାନେ ଅଂଶ ଗ୍ରହଣ କରି ସେମାନଙ୍କର ବିଭିନ୍ନ କଳା ପରିବେଷଣ କରିବେ ।
ଏହି କାର୍ଯ୍ୟକ୍ରମ ବୈଠକରେ ରାଜ୍ୟ ସଭାପତି ବିଜୟ କୁମାର ମିଶ୍ର, ସଧାରଣ ସଂପାଦକ ବିନୋଦ କୁମାର ଭୋଇ, ରାଜ୍ୟ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ର, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ବେଉରା, ଉପସଭାପତି ଚନ୍ଦ୍ର ଶେଖର ସାମଲ, ଜିଲ୍ଲା ସମ୍ପାଦକ ଵିଚିତ୍ରା ନନ୍ଦ ତ୍ରିପାଠୀ, ସୁଦର୍ଶନ ସାହୁ, ସନ୍ତୋଷ କୁମାର ସ୍ୱାଇଁ, ରବିନ୍ଦ୍ର ନାଥ ସାହୁ, ରେଣୁବାଳା ମିଶ୍ର, ରାଘବ ଚନ୍ଦ୍ର ବେହେରା, ରଞ୍ଜନ ବେହେରା, ଦେବାଶିଷ ମହାନ୍ତି, ରଶ୍ମିକାନ୍ତ ସ୍ୱାଇଁ, ଆର୍ଯ୍ୟ ମହାନ୍ତି ପ୍ରମୁଖ ବହୁ କର୍ମକର୍ତ୍ତା ଯୋଗ ଦେଇ କୁଷ୍ପଙ୍ଗିକୁ କଳାଗ୍ରାମ ରୂପେ ଚୟନ କରିଥିଲେ । ରାଜ୍ୟର କଳାକାରମାନଙ୍କର ବିଭିନ୍ନ ଉନ୍ନତି ପାଇଁ ମହାସଂଘ ପ୍ରଚେଷ୍ଟା ଜାରି ରଖିଛି ।














