ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ସ୍ଥିତ ହୋଟେଲ ନୀଳମାଧବ ପରିସରରେ ଗତ ୧୯.୦୩.୨୦୨୬ ରୁ ୨୪.୦୩.୨୦୨୬ ପର୍ଯ୍ୟନ୍ତ ଚାଲିଥିବା ନୟାଗଡ଼ ପ୍ରଜାମଣ୍ଡଳ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଚତୁର୍ଥ ସେମିଷ୍ଟାର ଗୃହ ବିଜ୍ଞାନ ବିଭାଗ ଛାତ୍ରୀଙ୍କ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। ଓଡ଼ିଶା ଜୀବିକା ମିଶନ (OLM) ଏବଂ ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ‘ସିଭିଲ ସୋସାଇଟି ନୟାଗଡ଼’ର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।















