No Result
View All Result
ଭାପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭାପୁର ବ୍ଲକ ସଦର ମହକୁମା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀର ଉଦଯାପନୀ ଉତ୍ସବ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କାମରାଜ ବରାଡଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି. ବିଦ୍ୟାଳୟର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଦେବାର୍ଚନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ. ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ,

ସମ୍ମାନୀତ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକ, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ନୟାଗଡ ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁ, ବିଜ୍ଞାନ ନିରୀକ୍ଷକ ଶରତ ଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବିଦ୍ୟାଳୟର ପ୍ରତିଷ୍ଠାତା ତଥା ବରିଷ୍ଠ ବିଜ୍ଞାନ ଶିକ୍ଷକ ଚରଣ କୁମାର ସାହୁ ଓ ବିଦ୍ୟାଳୟର ସମ୍ପାଦକ ତଥା ଅଧ୍ୟାପକ ପଦ୍ମଚରଣ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବରାଡ ସଂପାଦକୀୟ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ବିଭାଗରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ମାନପତ୍ର, ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା।

ଅନୁଷ୍ଠାନ ପକ୍ଷରୁ ମଞ୍ଚାସୀନ ଅତିଥି ମାନଙ୍କୁ ପ୍ରୀତି ଉପହାର ପ୍ରଦାନ କରାଯାଇଥିଲା.ସମାଜସେବୀ ଗୋପୀନାଥ ସେଠି ମଞ୍ଚ ସଂଯୋଜନା କରିଥିବା ବେଳେ କବି ଭାରତୀ ସବିତା ଶୁକ୍ଳା ଦ୍ଵୀପ ପ୍ରଜ୍ଜ୍ୱଳନ ମନ୍ତ୍ରପାଠ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୂମା, ସେବିକା, କର୍ମଚାରୀ ମାନେ ଆୟୋଜିତ ଉତ୍ସବରେ ସହଯୋଗ କରିଥିଲେ। ମଞ୍ଚାସିନ ଅତିଥି ମାନେ ତାଙ୍କ ଅଭିଭାଷଣରେ କହିଥିଲେ ଶିକ୍ଷା ଶିଶୁର ମୌଳିକ ଅଧିକାର,

ତେଣୁ ଶିକ୍ଷା ସହିତ ଶିଶୁ ମାନଙ୍କୁ ସଂସ୍କାର, କଳା, କ୍ରୀଡ଼ା, ସଙ୍ଗୀତ, ନାଚ ଆଦିକୁ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ। ଶେଷରେ ବିଦ୍ୟାଳୟର ପ୍ରତିଷ୍ଠାତା ଚରଣ ସାହୁ ଅଭିଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କ୍ଷୁଦ୍ର ନାଟକ ମଝି ନଈରେ ମୋ ଜୀବନ ଡ଼ଙ୍ଗା ପରିବେଷଣ କରାଯାଇଥିଲା।

No Result
View All Result