ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ପକ୍ଷରୁ ସହୀଦ ଦିବସ ପାଳିତ ହୋଇଯାଇଛି l ସହୀଦ ଭଗବତ ସିଂହ, ଶିବରାମ ରାୟଗୁରୁ ଓ ସୁଖଦେବ ଥାପୁର ଙ୍କ ବଳିଦାନ ଦିବସକୁ ସାରା ଭାରତରେ ସହୀଦ ଦିବସ ଭାବେ ପାଳନ କରାଯାଉଛି l ଏହି ଅବସରରେ ନୟାଗଡ଼ରେ ୨ ଦିନ ଧରି ସହୀଦ ଦିବସ ପାଳନ କରାଯାଉଛି l ନୟାଗଡ଼ ବାଲାଙ୍ଗିବନ୍ଧ ଠାରେ ଆଜି ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l















