ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର , ଶନିବାର ) ପଦ୍ମପୁର :- ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ ପ୍ରକୃତ ମୃତ୍ୟୁ ହାର ପ୍ରକାଶ କରୁନଥିବାର ଜଣା ପଡୁଛି । ହେଲେ ଅନ୍ୟପଟେ ଲୋକଙ୍କ ହିତ ପାଇଁ ପଦ୍ମପୁର ମର୍ଚେଣ୍ଟ ଏସୋସିଏସନ, ନାଗରିକ କମିଟି ସହ ଅଞ୍ଚଳରେ ଥିବା ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କ ସହ ଆଲୋଚନା ପରେ ସାନ୍ଧ୍ୟ ୦୬ ଘଟିକା ଯାଏ ମାର୍କେଟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା । ହେଲେ ବର୍ତ୍ତମାନର ପରିସ୍ଥିତି ଏବଂ ଆକ୍ରାନ୍ତ ସଂଖ୍ୟା କୁ ଦୃଷ୍ଟି ରେ ରଖି ମାର୍ଚେଣ୍ଟ ଏସୋସିଏସନ ଏବଂ ନାଗରିକ କମିଟି ତରଫରୁ ପଦ୍ମପୁର ଉପ-ଜିଲ୍ଲାପାଳ ଙ୍କୁ ୦୭ ଦିନ ସଟଡାଉନ ଅନୁମତି ପାଇଁ ଦାବିପତ୍ର ଦିଆଯାଇଥିଲା ।
ହେଲେ କେନ୍ଦ୍ର ସରକାର ଙ୍କ ଗାଇଡ଼ଲାଇନ ଅନୁଯାୟୀ ପ୍ରଶାସନ ସଟଡାଉନ ପାଇଁ ଅନୁମତି ଦେଇ ପାରିବେ ନାହିଁ ବୋଲି ନିୟମ ଥିବା ବେଳେ ଓକିଲ ସଂଘ, ମାର୍ଚେଣ୍ଟ ଏସୋସିଏସନ, ଏବଂ ନାଗରିକ କମିଟି ତରଫରୁ ପଦ୍ମପୁର ଜନସାଧାରଣ ଙ୍କୁ ସ୍ବେଚ୍ଛାକୃତ ଭାବେ ଆସନ୍ତା ତା.୨୯.୦୯.୨୦୨୦ ଠାରୁ ତା.୦୫.୧୦.୨୦୨୦ ପର୍ଯ୍ୟନ୍ତ ଜରୁରୁ ସେବା ଯଥା ଔଷଧ, ସାର, କ୍ଷୀର ଦୋକାନ ସହ ଅନଲାଇନ ଚାଲିଥିବା ଏଡ଼ମିଶନ ଯୋଗୁ କମ୍ପୁଟର ଦୋକାନ ଛଡା ଅନ୍ୟାନ୍ୟ ସମସ୍ତ ଦୋକାନ ବାଜାର ବନ୍ଦ ରଖିବା ପାଇଁ ଅନୁରୋଧ କରାଯାଇଛି । ଏହାଦ୍ୱାରା କିନ୍ତୁ ସାନ୍ଧ୍ୟ ସମୟରେ ନିଜର ବ୍ୟବସାୟୀ କରୁଥିବା ଉଠାଦୋକାନୀ ଏବଂ ଠେଲା ଵାଲାଙ୍କର ବହୁ ଅସୁବିଧା ହେବ ବୋଲି ସେମାନେ ପ୍ରକାଶ କରୁଥିବା ବେଳେ ନିଜର ଏବଂ ସମାଜର ହିତ ପାଇଁ କିନ୍ତୁ ସେମାନେ ମଧ୍ୟ ଯଥା ସମ୍ଭବ ସହଯୋଗ କରିବେ ବୋଲି କହିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)