ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଆଗାମୀ ୨୦୨୭ ଜନଗଣନା ପାଇଁ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ଆଜି ଅପରାହ୍ନ ରେ ପୁରୀ ନିଳାଦ୍ରୀ ବିଚ ଠାରେ ଏକ ବାଲୁକାକଳା ପ୍ରଦର୍ଶିତ ହୋଇଥିଲା ।ଚଳିତ ଜନଗଣନା ଭାରତର ପ୍ରଥମ ଡିଜିଟାଲ ଜନଗଣନା । ଏହାର ଉଦ୍ଦେଶ୍ୟ ଜନଗଣନା ରୁ ଜନକଲ୍ୟାଣ।ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଚଳିତ ବର୍ଷ ଅପ୍ରେଲ ୧୬ ରୁ ମଇ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ ମସିହା ଫେବୃଆରୀ ୯ ରୁ ୨୮ ପର୍ଯ୍ୟନ୍ତ ଜନଗଣନା ଅନୁଷ୍ଠିତ ହେବ ବୋଲି ଜନଗଣନା ଅଧିକାରୀ ଅବଗତ କରାଇଛନ୍ତି ଏଥିରେ ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ତଥା ଜନଗଣନା ର ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ,















