No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାରଦିନ ଭିଆଇପି ରୋଡ ସ୍ଥିତ ଆରୋଗ୍ୟ ୱେଲ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନ ର ନିର୍ଦେଶିକା ଅରୁଣିମା ନନ୍ଦ ଏହାକୁ ଆୟୋଜନ କରିଥିଲେ | ସଭାନେତ୍ରୀ ରତ୍ନମଣି ନାୟକ ଓ ସମ୍ପାଦିକା ପଦ୍ମିନୀ ବେହେରା ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଦିବସ ରେ ଅତିଥି ରୂପେ ଓଡିଶା ସାମ୍ବାଦିକ ସଙ୍ଘ ର ଜିଲ୍ଲା ସଭାପତି ବିଜୟ ମିଶ୍ର,ଲୋକାଲ ଚ୍ୟାନେଲ ଦୃଷ୍ଟି ର ଏମ ଡି ବରିଷ୍ଠ ସାମ୍ବାଦିକ ନାରାୟଣ ଦାଶ. ଯୋଗ ଦେଇ କହିଲେ ପଖାଳ ଆମର ଅତି ପ୍ରିୟ ଖାଦ୍ୟ, ପ୍ରଭୁ ଜଗନ୍ନାଥ ଙ୍କୁ ଦହି ପଖାଳ ଭୋଗ ଲାଗିଥାଏ | ମାର୍ଗଶିର ଗୁରୁବାର ଦିନ ମା ଲଷ୍ମୀ ଙ୍କୁ ଦହିପଖାଳ ଭୋଗ କରିବା ଓଡ଼ିଆ ପରମ୍ପରା ରେ ରହିଛି | ଆମ ପଖାଳ କୁ ବିଶ୍ୱରେ ଜି. ଆଇ ଟ୍ୟାଗ କରାଯାଉ |

ଦହି ଫୁଟଣ ଛୁଙ୍କ ସହ ଦହି ପଖାଳ ,ବଡ଼ିଚୁରା , ଵାଇଗଣ ଭଜା,ଚଟଣି, ଟମାଟ ସେକା,ମାଛ ଭଜା ,ଆଳୁ ଭର୍ତା ,ଶାଗ ,,କଲରା ଭଜା, କୋବି ବିନ୍ ଭଜା,ଆମ୍ଭ ଖଟା,ସହ ଅନେକ ଆଇଟମ କୁ ଆଦର ସହ ସମସ୍ତେ ଖାଇଥିଲେ | ଖାଇବା ପରେ ଆତ୍ମତୃପ୍ତି ଆସିଥିଲା | ଅନୁଷ୍ଠାନ ର ମହିଳାମାନେ ମିଶି ରୋଷେଇ କରିଥିଲେ । ପଖାଳ ଦିବସ ଆମ୍ଭ ସଭ୍ୟତା କୁ ବଞ୍ଚାଇ ରଖିଛି । ବିଶ୍ୱ ନିୟନ୍ତା ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁ ବି ପଖାଳ ପ୍ରିୟ ।

ପଖାଳ ଆମ ଓଡ଼ିଆ ଜାତି ର ଗର୍ବ । ଓଡ଼ିଆ. ଙ୍କ ପଖାଳ କଂସା ର ଆଦର ବିଶ୍ୱବିଦିତ |ଶ୍ରୀଜଗନ୍ନାଥ ପଖାଳ ପ୍ରିୟ | ମାର୍ଗଶିର ଗୁରୁବାରେ ଲଷ୍ମୀ ପୂଜା ରେ ଦହିପଖାଳ ଭୋଗ ହୁଏ | ମହାପ୍ରଭୁଙ୍କ ନିକଟରେ ଦୈନନ୍ଦିନ ଲାଗି ହେଉଥିବା ଛପନ ଭୋଗ ମଧ୍ୟରେ ପଖାଳ ର ସ୍ଥାନ ସ୍ୱତନ୍ତ୍ର ରହିଛି | ଦହି ପଖାଳ, ଘିଅ ପଖାଳ ଓ ଅନେକ ପଖାଳ ରହିଛି | ଅନୁଷ୍ଠାନ ର ମହିଳା ମାନେ ଖୁସିରେ ନାଚ ଗୀତ ଗାଇଥିଲେ |

No Result
View All Result