ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ହିଞ୍ଜିଳିକାଟୁ ବ୍ଳକ ବୁରୁପଡ଼ା ସ୍ଥିତ ମା ଶ୍ୟାମଲାଇ କଲ୍ୟାଣ ମଣ୍ଡପ ଠାରେ ରବିବାର କୁଠାରୀ ବଂଶ ବିଶ୍ୱକର୍ମା ସମାଜର ସପ୍ତମ ଅଧିବେଶନ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଛି। ଶନିବାର ସଭାପତି ପର୍ଶୁରାମ ମହାରଣାଙ୍କ ସ୍ଵାସ୍ଥ୍ୟ ଅବନତି ଯୋଗୁଁ ଉପ ସଭାପତି ରବିନ୍ଦ୍ର ମହାରଣାଙ୍କ ସଭାପତିତ୍ବରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମରେ ୩୨ ଟି ଗ୍ରାମର ବଂଶ ଭାଇ ଯୋଗ ଦେଇଥିଲେ।
କୁଳଦେବ ଶ୍ରୀ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ପରେ ଅଶି ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବଂଶର ପରମ୍ପରା ଅନୁଯାୟୀ ଗତ ୨୦୨୦ ମସିହାରୁ ଚୟନ ହୋଇ କାର୍ଯ୍ୟ କରୁଥିବା କମିଟିର କାର୍ଯ୍ୟକାଳ ସରି ଯାଇଥିବା ବେଳେ ଚଳିତ ବର୍ଷ ନୂତନ କମିଟି ଚୟନ ହୋଇଥିଲା। ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସୀମାଞ୍ଚଳ ମହାରଣା,ଉପ ସଭାପତି ଭାବେ ଚତୁର୍ଭୁଜ ମହାରଣା ଓ ପିତାମ୍ବର ମହାରଣା, ସମ୍ପାଦକ ଭାବେ ଅଜିତ କୁମାର ମହାରଣା,
















