ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ୪ ଗୋଟି ଟ୍ରାପ କ୍ୟାମେରା ଲଗାଇଛନ୍ତି । ସୂଚନା ପ୍ରକାରେ ଚାରିଦିନ ତଳେ କାଇଟିମା ଗାଁର ରୟାମ ବେହେରାଙ୍କ ଏକ ବଳଦକୁ ଅଜଣା ବନ୍ୟଜନ୍ତୁ ଖାଇଥିଲା । ପୁଣି ଦୁଇଦିନ ତଳେ ବାରିଆଦରା ଗାଁର ମଙ୍ଗଳୁ ମଳିକଙ୍କ ଦୁଇ ଗୋରୁକୁ ଅଜଣା ଜନ୍ତୁ ଆକ୍ରମଣରେ ଆହାତ ହୋଇଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ ।














