ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଘରୋଇ ଯାତ୍ରୀବାହୀ ବସ୍ ସହ ମୁଖ୍ୟମନ୍ତ୍ରୀ ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଗାଁରେ। ସରକାରୀ ଲକ୍ଷ୍ମୀ ବସ୍ ଦୁର୍ଗମ ଅଞ୍ଚଳର ଗରଡମାରୁ ମୋହନା ଆସୁଥିଲା। ବ୍ରହ୍ମପୁରରୁ ପଦ୍ମାଳୟ ନାମକ ଘରୋଇ ଯାତ୍ରୀ ବସ୍ କନ୍ଧମାଳ ଜିଲା ବ୍ରାହ୍ମୁଣୀଗାଁ ପଟେ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା।














