No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସ୍ଥାନୀୟ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ଶିକ୍ଷା ନୀତି (NEP) ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମାର୍ଗଦର୍ଶିକା ଅନୁଯାୟୀ ଚତୁର୍ଥ ସେମିଷ୍ଟାର ଛାତ୍ରୀମାନଙ୍କ ପାଇଁ ଏକ ‘ଇଣ୍ଟର୍ନସିପ୍ ଓରିଏଣ୍ଟେସନ୍’ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ୟୁଥ୍ ରେଡକ୍ରସ୍ ସଂଯୋଜିକା ଶ୍ରୀମତୀ ମୀନାକ୍ଷୀବାଳା ମିଶ୍ର ସଂଯୋଜନା କରିଥିବା ବେଳେ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (OKCL)ର ଲର୍ଣ୍ଣିଂ କୋଅର୍ଡିନେଟର ଶ୍ରୀ ଧୀରେନ୍ଦ୍ର କୁମାର ପଟ୍ଟନାୟକ ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ ।
ଶ୍ରୀ ପଟ୍ଟନାୟକ ଛାତ୍ରୀମାନଙ୍କୁ ଆଧୁନିକ ଯୁଗର ବିଭିନ୍ନ ବୈଷୟିକ କୌଶଳ ଯଥା- ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ୱେବ୍ ଡିଜାଇନ୍, ଟାଲି (Tally) ଏବଂ ଆଡଭାନ୍ସଡ୍ ଏକ୍ସେଲ୍ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସାମ୍ପ୍ରତିକ ସମୟରେ ଏହି ଡିଜିଟାଲ୍ କୌଶଳଗୁଡ଼ିକ କିଭଳି କ୍ୟାରିୟର ଗଠନରେ ସହାୟକ ହେବ, ସେ ନେଇ ସେ ଗୁରୁତ୍ୱାରୋପ କରିଥିଲେ।
ଉକ୍ତ କର୍ମଶାଳାରେ ମହାବିଦ୍ୟାଳୟର 100ରୁ ଅଧିକ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ବାପି ନାୟକ, ବାଣୀ ବନ୍ଦନା ବିଶ୍ୱାଳ, ବିଭୂତି ମହାପାତ୍ର, ପି.କେ. ପାଣି, ପ୍ରଭାତ କୁମାର ନାୟକ ଏବଂ ମଧୁପର୍ଣ୍ଣା ସାମଲ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

No Result
View All Result