କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାୟଗଡ଼ା-କଳାହାଣ୍ଡି-କନ୍ଧମାଳ ଜଙ୍ଗଲ ସୀମାନ୍ତିରେ ମାଓ ନେତା ଶୁକ୍ରୁକୁ ଘେରି ରହିଛି ସୁରକ୍ଷା ବାହିନୀ । ଚାଲିଛି ଜୋରଦାର୍ ଅପରେସନ । ଆସନ୍ତା ୩୧ ତାରିଖ ସୁଦ୍ଧା ଓଡିଶାରୁ ନିପାତ ହେବେ ମାଓବାଦୀ । ହାର୍ଡକୋର୍ ଶୁକ୍ରୁ ଠାରେ ହିଁ ଶେଷ ହେବ ମାଓ ଅପରେସନ । ମାଓ ଅପରେସନ ଏବେ ଶେଷ ପର୍ଯ୍ୟାୟରେ ବୋଲି ସୂଚନା ଦେଇଛନ୍ତି ଡିଜିପି ୱାଇ.ବି. ଖୁରାନିଆ । ସେପଟେ ମାଓବାଦୀଙ୍କୁ ଡିଜିପିଙ୍କ ଶେଷ ଚେତାବନୀ ।














