No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ ଜିଲ୍ଲା,କଂଟାପଡା ବ୍ଲକ ଅନ୍ତର୍ଗତ ସାଇଲୋ ଗୋବିନ୍ଦପୁର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ, କଂଟାପଡା ଖଣ୍ଡ ଆନୁକୁଲ୍ୟରେ ରାଷ୍ଟ୍ରୀୟ ନବ ବର୍ଷ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ପବିତ୍ର ଶୁକ୍ଳ ପ୍ରତିପଦା ତିଥିରେ ପୂଜ୍ୟ କେଶବ ବଳୀରାମ୍ ହେଡ୍ ଗେୱାରଙ୍କ ଜନ୍ମ ଦିବସ ଥିଲା,। ସ୍ୱୟଂ ସେବକମାନଙ୍କ ତରଫରୁ ସଙ୍ଘ ଚାଳକଙ୍କୁ ପ୍ରଣାମ ପ୍ରଦାନ କରାଯାଇଥିଲା । ପରେ ପରେ ସଭା କାର୍ଯ୍ୟ ଅୟମାରମ୍ଭ ହୋଇଥିଲା ।

ସଭାରେ ଯୋଗଦାନ କରିଥିବା ଅତିଥିମାନେ ଭାରତ ମାତାଙ୍କ ପଟ୍ଟଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଚୈତ୍ର ଶୁକ୍ଳ ପ୍ରତି ପଦା ନବ ବର୍ଷ କେବଳ ହିନ୍ଦୁ ମାନଙ୍କର ନୁହେଁ । ସମଗ୍ର ଭାରତ ବର୍ଷର ନବ ବର୍ଷ ଅଟେ । ଆମେ ନିଜର ସଂସ୍କୃତି ଭୁଲି ଯିବା ସହିତ ଆଜି ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇ ନେଉଛେ, ଏହା ଅତ୍ୟନ୍ତ ଦୁଭାର୍ଗ୍ୟଜନକ ଅଟେ । ଏହି ପ୍ରରିପ୍ରେକ୍ଷୀରେ ନିଆଳୀ ନିର୍ବାଚନ ମଣ୍ଡଳୀରେ ଆସନ୍ତା ଚୈତ୍ର ଶୁକ୍ଳ ପ୍ରତିପଦାକୁ ରାଷ୍ଟ୍ରୀୟ ନବ ବର୍ଷ ଭାବରେ ମହାସମାରୋହରେ ପାଳନ ହେବା ସହିତ ଏହି ଅଂଚଳରେ ଥିବା ମଠ,
ମନ୍ଦିର ଏବଂ ପ୍ରାଚୀ ନଦୀ କୂଳରେ ଥିବା ବିଭିନ୍ନ ଆଧ୍ୟାତ୍ମିକ ପୀଠ ସ୍ଥଳୀର ଉନ୍ନତିକରଣ କରାଯିବ ବୋଲି ଆୟୋଜିତ ସଭାରେ ନିମନ୍ତ୍ରିତ ଅତିଥି ବିଧାୟକ ମତବ୍ୟକ୍ତ କରିଥିଲେ । ଏତଦ୍ ବ୍ୟତୀତ ଚୈତ୍ର ଶୁକ୍ଳ ପ୍ରତି ପଦା ଅତ୍ୟନ୍ତ ମହାନ୍ ତିଥି ଅଟେ । ଏହି ଦିନ ବ୍ରହ୍ମାଙ୍କ ଦ୍ୱାରା କାଳ ଗଣନା ଆରମ୍ଭ ହେବା ସହିତ ଯୁଗାଦ୍ଦ,ବିକ୍ରମ ସମ୍ବତ୍ ଓ ଶକାଦ୍ଦର ଗଣନା ପ୍ରାରମ୍ଭ, ଆର୍ଯ୍ୟ ସମାଜର ପ୍ରତିଷ୍ଠା ଦିବସ, ସନ୍ଥ ଝୁଲେଲାଲଙ୍କ ଜନ୍ମ ଦିବସ, ଶିଖ୍ ଗୁରୁ ଅଙ୍ଗଦ ଦେବଙ୍କ ଜନ୍ମ ଦିବସ, ବାସନ୍ତିକ ନବରାତ୍ରୀ ପ୍ରାରମ୍ଭ, ଶ୍ରୀରାମ ଚନ୍ଦ୍ର ଓ ମହାରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ଏବଂ ସୃଷ୍ଟିର ପ୍ରାରମ୍ଭ ଦିବସ ଅଟେ ।
ଇଂରାଜୀ ନବ ବର୍ଷ ଆସିଲେ ବୃକ୍ଷ ମାନେ ପତ୍ର ଝଡା ଦେଇଥାନ୍ତି । ଥୁରୁ ଥୁରୁ ଶୀତ ସହ ରାତ୍ରିର କଳା ଅନ୍ଧାରରେ ପାଶ୍ଚାତ୍ୟ ନବ ବର୍ଷ ପାଳନ ହୋଇଥାଏ । କିନ୍ତୁ ଆମର ରାଷ୍ଟ୍ରୀୟ ନବ ବର୍ଷର ପ୍ରାରମ୍ଭରେ ବୃକ୍ଷରେ ନବ ପଲ୍ଲବ ପଲ୍ଲବିତ ହୋଇଥାନ୍ତି । ଫଗୁଣର ମଧୁ ମଳୟ, କୋଇଲିର କୁହୁତାନ ଏବଂ ପହଲି ସକାଳର ସୁନେଲି କିରଣ ମନରେ ନୂଆ ଉନ୍ମାଦନା ଭରିଦେବା ସହିତ ମନରେ ନୂଆ ଉନ୍ମାଦନା ଭରି ଦେଇଥାଏ । ଏହା ଭାରତୀୟ ପରମ୍ପରାର ପ୍ରକୃତ ରାଷ୍ଟ୍ରୀୟ ନବ ବର୍ଷ ବୋଲି ,
ନିମନ୍ତ୍ରିତ ବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଓଡିଶା ସହ ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ବିଶ୍ୱମ୍ବର ପାଣି ବକ୍ତବ୍ୟ ପ୍ରଦାନ କରିଥିଲେ । ଏତଦ୍ ବ୍ୟତୀତ କଂଟାପଡା ଖଣ୍ଡର କାର୍ଯ୍ୟବାହ କିଶୋର କୁମାର ରାଉତରାୟ ମଂଚାସୀନ ଥିଲେ । ପରେ ପରେ ଅତି ଆନନ୍ଦ ଉଲ୍ଲାସର ସହିତ ବିଭିନ୍ନ ଅଂଚଳରୁ ଆସିଥିବା ନୃତ୍ୟ ପ୍ରତିଯୋଗୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରପତି ଭାବରେ ସମାଜସେବୀ ବଟକୃଷ୍ଣ ସ୍ୱାଇଁ, ବିଶିଷ୍ଟ ନାଟ୍ୟକାର ଆଖଣ୍ଡଳ ସାହୁ ଓ ଓଡିଶୀ ନୃତ୍ୟ ଶିଳ୍ପୀ ଦିବ୍ୟାଶ୍ରୀ ସାହୁ ନୃତ୍ୟରତା ପ୍ରତିଯୋଗୀମାନଙ୍କର ନୃତ୍ୟ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ।
ଉକ୍ତ ପ୍ରତିଯୋଗିତାରେ କନିଷ୍ଠ ବର୍ଗରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଭାବରେ ସାଇ ଅର୍ଚ୍ଚିତା ସାହୁ, ସାଇ ସ୍ନିଗଧା ସାହୁ ଓ ଆଦ୍ୟାଶା ମହାପାତ୍ର ଏବଂ ବରିଷ୍ଠ ବର୍ଗରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଭାବରେ ବିଦୁସ୍ମିତା ସାହୁ,ଶ୍ରୀୟା ଲକ୍ଷ୍ମୀ ବେହେରା ଓ ରୋହନ ବେହେରା କୃତିତ୍ୱ ହାସଲ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ସ୍ୱୟଂ ସେବକମାନେ ପରି ଚାଳନା କରିବା ସହିତ ଗୋବିନ୍ଦପୁର ଅଞ୍ଚଳବାସୀମାନେ ସହ ଯୋଗ କରିଥିଲେ ।

No Result
View All Result