No Result
View All Result
ନୟାଗଡ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିଶ୍ୱପଖଳ ଦିଵସ ବଡ ଧୁମ୍ ଧାମ ରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପାଳନ କରାଯାଇଚି ବୋଲି ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରି ଶ୍ରୀମତୀ ସତ୍ୟଭାମା ବେହେରା ପ୍ରକାଶ କରିଛନ୍ତି । ଜିଲ୍ଲାପରିଷଦ ଅଧ୍ୟକ୍ଷ ଇ. ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଓ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ, ଏହି ଉତ୍ସବ ରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ବିଜୟାନନ୍ଦ ନାୟକ,

ଜିଲ୍ଲା ଉନ୍ନୟନ ଅଧିକାରୀ ଶ୍ରୀ ଲଗ୍ନାଜିତ ରାଉତ, ଉପ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ବଂଖଣ୍ଡ ଅଧିକାରିଣୀ, ଜିଲ୍ଲା ସଂସ୍କୃତି ଅଧିକାରିଣୀ, ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରିଣୀ, ଜିଲ୍ଲା କ୍ରୀଡା ଅଧିକାରିଣୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ପରିବହନ ଅଧିକାରୀ, ଜିଲ୍ଲା ର ସମସ୍ତ ଡେପୁଟୀ କଲେକ୍ଟର,
ସହ କଲେକ୍ଟର ସହିତ ଜିଲ୍ଲା ର ଅନେକ ଅଧିକାରୀ ଯୋଗଦେଇଥିଲେ ଏବଂ ଜାତୀୟ ପୁରସ୍କାର ପ୍ରାପ୍ତ ଚଲଚିତ୍ର ଅଭିନେତା ତଥା ସମାଜ ବିଜ୍ଞାନୀ ଡଃ ରୁଷି ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଥିଲେ । ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ପଖାଳ ପରବ ରେ ପ୍ରୟା ୧୮ରୁ ଉର୍ଦ୍ଧ ଓଡିଆ ଖାଦ୍ୟ କଂଶା ଥାଳି ଓ କଦଳୀ ପତ୍ରରେ ପାରସ । କୁ ଜିଲ୍ଲାପାଳ ଓ ସମସ୍ତ ନିମନ୍ତ୍ରିତ ଅତିଥି ଭୂଆଶିପ୍ରସଂଶ କରିଥିଲେ ବୋଲି ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରି ଶ୍ରୀମତୀ ସତ୍ୟଭାମା ବେହେରା କହିଛନ୍ତି l

No Result
View All Result