No Result
View All Result
ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କିଛି ଅସାମାଜିକ ତତ୍ତ୍ୱଙ୍କ ଏକ ପତ୍ରକୁ ତର୍ଜମା ନକରି ଖୋରଧା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ (ଓ.ୟୁ.ଡବ୍ଲୁ.ଜେ) ଖୋରଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀଙ୍କ କାର୍ଯ୍ୟଶୈଳୀ ଓ ସ୍ୱଚ୍ଛତା ଉପରେ ଉଠାଇଥିବା ପ୍ରଶ୍ନକୁ ସଂଘ ତରଫରୁ ତୀବ୍ର ବିରୋଧ କରଯାଇଥିଲା l ଏ ସମ୍ପର୍କରେ ଖୋରଧା ଜିଲ୍ଲା ଶାଖା ପକ୍ଷରୁ ଆଇ. ଓ.ଡବ୍ଲୁ.ଜେ. ସର୍ବଭାରତୀୟ ସଭାପତି ଡ.ପୀତବାସ ମିଶ୍ର , ଓ.ୟୁ.ଡବ୍ଲୁ.ଜେ. ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ତପନ ମହାରଣ୍ୟ ଶର୍ମା, ରାଜ୍ୟ ସଂଗଠନ ସମ୍ପାଦକ ଅର୍ଜ୍ଜୁନ ମୁଦୁଲିଙ୍କର ଦୃଷ୍ଟି ଆକର୍ଷଣ କରାଯିବା ସହିତ ତୁରନ୍ତ ଖୋରଧା ଜିଲ୍ଲା ପ୍ରଶାସନ ନିକଟରେ ଏହାର ପ୍ରତିବାଦ କରିବା ନିମନ୍ତେ ଅନୁରୋଧ କରଯାଇଥିଲା l

ସଂଘ ପକ୍ଷରୁ ଏହି ଘଟଣାକୁ ଗୁରୁତ୍ବର ସହିତ ବିଚାରକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ନିକଟରେ ଦୃଢ଼ ପ୍ରତିବାଦ କରାଯିବା ସହିତ ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା ନକରି ଅତି ତରବରିଆ ଭାବେ ନିଆଯାଇଥିବା ନିଷ୍ପତିର ପ୍ରତ୍ୟାହାର କରିବା ନିମନ୍ତେ ଦାବୀ ଉପସ୍ଥାପନ କରଯାଇଥିଲା l ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ରାଜ୍ୟସାରା ବିଭିନ୍ନ ଜିଲ୍ଲାରେ ପ୍ରତିବାଦର ସ୍ୱର ଉଠିଥିଲା l ଏ ସମ୍ପର୍କରେ ବୁଧବାର ଦିନ ଏକ ପ୍ରତିବାଦ ସଭା ଖୋରଧା ସାମ୍ୱାଦିକ ଭବନଠାରେ ଅନୁଷ୍ଠିତ ହୋଇଥିଲା l
ଏହି ଵୈଠକରେ ଖୋରଧା ଜିଲ୍ଲା ସମେତ ଭୁବନେଶ୍ୱର,ପୁରୀ , କଟକ,ଯାଜପୁର, ନୟାଗଡ, ଟାଙ୍ଗି, ବାଣପୁର, ଚିଲିକା, ବୋଲଗଡ, ବେଗୁନିଆ ପ୍ରଭୃତି ଅଞ୍ଚଳରୁ ବହୁ ସଂଖ୍ୟାରେ ସଂଘର ସଦସ୍ୟ ଏକତ୍ରିତ ହୋଇ ଜିଲ୍ଲା ପ୍ରସାଶନର ମନମୁଖୀ କାର୍ଯ୍ୟକୁ ତୀବ୍ର ବିରୋଧ କରିବା ସହିତ, ନିଷ୍ପତିର ପୁନର୍ବିଚାର ନ କରାଗଲେ ଆଗାମୀ ଦିନରେ ଏହା ତୀବ୍ର ରୁପ ଧାରଣ କରିବ ବୋଲି ଖୋରଧା ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସର୍ବଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ସଭାପତି ଡ. ପୀତବାସ ମିଶ୍ର, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ରାଜ୍ଯ ସଭାପତି ଭାଗବତ ତ୍ରିପାଠୀ, ରାଜ୍ୟ ସଂଗଠନ ସମ୍ପାଦକ ଅର୍ଜ୍ଜୁନ ମୁଦୁଲି ପ୍ରମୁଖ ଖୋରଧା ଜିଲ୍ଲା ପ୍ରଶାସନର ଏହି ନିଷ୍ପତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ଜିଲ୍ଲା ପ୍ରଶାସନ ତାର ନିଷ୍ପତି ର ପୁନର୍ବିଚାର କରିବାକୁ ଦାବୀ କରିଥଲେ l

ଖୋରଧା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସଭାପତି ଶୁଭ୍ରାଂଶୁ ରଞ୍ଜନ ସମାନ୍ତରାୟ ଘଟଣାଟିର ଦୃଢ଼ ନିନ୍ଦା କରିଥଲେ l ପରେ ସଂଘର ସମସ୍ତ ସଦସ୍ୟ ମାନେ ଏକତ୍ରିତ ହୋଇ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ରେ ବସି ରହିଥିଲେ l ଧାରଣା ସ୍ଥଳରେ ଜିଲ୍ଲପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ପହଞ୍ଚି ଧାରଣାରେ ବସିଥିବା ସଂଘ କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ପରେ ଜିଲ୍ଲା ପ୍ରଶାସନ ତାର ପୂର୍ବ ନିଷ୍ପତିକୁ ଏକ ଲିଖିତ ପତ୍ର ମାଧ୍ୟମରେ ପ୍ରତ୍ୟାହାର କରିଥିଲେ l ଫଳରେ ପରିସ୍ଥିତି ଶାନ୍ତ ପଡିଥିଲା l

No Result
View All Result