ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଶ୍ଵ ଉପଭୋକ୍ତା ଅଧିକାର ଦିବସ ଅବସରରେ ବୈଧ ମାପ ବିଜ୍ଞାନ ବିଭାଗ ତରଫରୁ ସ୍ଵେଚ୍ଛାସେବୀ ସଂଗଠନ ‘ଜଷ୍ଟିସ ‘ ସହାୟତାରେ “ନିରାପଦ ଉତ୍ପାଦ ଆଶ୍ବସ୍ତ ଗ୍ରାହକ” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରି ଗ୍ରାହକଙ୍କ ଆଶ୍ୱସ୍ତି ନିମନ୍ତେ ଆଇନ୍ କିଭଳି ସଦା ଚଳ ଚଞ୍ଚଳ ସେ ସମ୍ପର୍କରେ ନିଜର ଦୃଢ଼ ମତ ରଖିଥିଲେ । ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ନାରାୟଣ ମହାପାତ୍ର ଅଂଶ ଗ୍ରହଣ କରିଥିଲେ ।

ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଏହି ଆଲୋଚନା ଚକ୍ରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିରାପଦ ଉତ୍ପାଦ ଉପରେ ଖାଉଟିର ସୁରକ୍ଷା କିପରି ନିର୍ଭରଶୀଳ ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।ଜିଲ୍ଲା ଯୋଗାଣ ଅଧିକାରୀ ସି. ଏଚ. ମୂରଲୀ କ୍ରିଷ୍ଣା ରାଓ, ବୈଧ ମାପ ବିଜ୍ଞାନ ଉପ ନିୟନ୍ତ୍ରକ ମୋନାଲିସା ରାୟ, ସହକାରୀ ଶ୍ରମ ଅଧିକାରୀ ଜ୍ଞାନ ରଞ୍ଜନ ସାହୁ, ପ୍ରାରମ୍ଭରୁ ବରିଷ୍ଠ ଆଇନଜୀବୀ ଚନ୍ଦ୍ର ବିଜୟୀ ମିଶ୍ର ଆଇନ ସଚେତନତା ସମ୍ପର୍କିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସଞ୍ଚାଳନ କରିଵାସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପରେ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଖାଉଟି କିପରି ସୁରକ୍ଷିତ ଭାବେ ଶାନ୍ତିରେ ଜୀବନ ଅତିବାହିତ କରିପାରିବେ ସେ ସମ୍ପର୍କରେ ଅତିଥି ଓ ବକ୍ତାମାନେ ସ୍ଵ ସ୍ୱ ମତ ଉପସ୍ଥାପନ କରିଥିଲେ । ଖାଉଟି ସୁରକ୍ଷା ଆଇନର ବିବିଧ ପ୍ରାବଧାନମାନ କିପରି ଶୋଷଣ ମୁକ୍ତ ସମାଜ ଗଠନ ପାଇଁ ଉଦ୍ଦିଷ୍ଟ ସେ ସମ୍ପର୍କରେ ମଧ୍ୟ ଆଲୋଚକମାନେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ଏହି ଆଲୋଚନା ଚକ୍ରରେ ୟୁନିଟେକ୍ ଆବାସିକ ମହାବିଦ୍ୟାଳୟ, ଦିଭାଇନ ଏଜୁକେସନ୍ ସେଣ୍ଟରର ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , କର୍ମଚାରୀ, ବିଭିନ୍ନ ସ୍ୱେଚ୍ଛ । ସେବୀ ସଂଗଠନର କର୍ମକର୍ତ୍ତା, ଜିଲ୍ଲା ଖାଉଟି ବିବାଦ ପ୍ରତିକାର କମିଶନଙ୍କ କାର୍ଯ୍ୟାଳୟର କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ଜଷ୍ଟିସ ସଂଗଠନର ସମ୍ପାଦକ ଶୁନ୍ୟଜୟୀ ମିଶ୍ର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବାବେଳେ ସାମ୍ବାଦିକ ରାମକୃଷ୍ଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।













