ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ ବ୍ଲକ ବଡପଣ୍ଡୁସର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକଡ. ଅରୁଣ କୁମାର ସାହୁ ଙ୍କ ସଭାପତିତ୍ଵରେ ଅନୁଷ୍ଟିତ ହୋଇ ଯାଇଅଛି l ଏହି ବୈଠକକୁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଜ୍ଞାନ ଜ୍ୟୋତି ଦାସ ପରିଚାଳନା କରିଥିଲେ l

ସମ୍ମାନିତ ଅତିଥି ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୌଦାମିନୀ ପଣ୍ଡା, ଯନ୍ତ୍ରୀ କୁମାରୀ ବିଜୟଲକ୍ଷ୍ମୀ, ବଡପଣ୍ଡୁସର ସରପଞ୍ଚ ବନିତା ନାୟକ, ସମାଜସେବୀ ମୀନକେତନ ପ୍ରଧାନ ଓ ବରିଷ୍ଠ ନାଗରିକ ବାବାଜୀ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ଵାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l















