No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରଣପୁର ବ୍ଲକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଷିକେଶ ପାତ୍ର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରଶାନ୍ତି ପାତ୍ରଙ୍କ କନିଷ୍ଠ ପୁତ୍ର ଆୟୁଷ୍ମାନ ସାଇ ରମଣ ପାତ୍ର ଚଳିତ ବର୍ଷ UPSC ପରୀକ୍ଷାରେ ୨୮୫ ରା଼ଙ୍କ ହାସଲ କରି ଗାଁ, ବ୍ଲକ ଓ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଗୋପାଳପୁର ସ୍ଥିତ ତାଙ୍କ ବାସଗୃହରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲା ।
ଏହି ଅବସରରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଶ୍ୱଜିତ ଦାଶ, ସମ୍ପାଦକ ଅଶୋକ କୁମାର ବେହେରା, ମହେନ୍ଦ୍ର ସୁବୁଦ୍ଧି, ମିଡ଼ିଆ କୋର୍ଡିନେଟର ସୁଶୀଲ କୁମାର ରଣା ଓ ଶିକ୍ଷାବିତ ପ୍ରଫୁଲ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ ।
ସେମାନେ ସାଇ ରମଣଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ ଏବଂ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ । ସାଇ ରମଣଙ୍କ ଏହି ସଫଳତା ଅଞ୍ଚଳର ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ହେବ ବୋଲି ଶିକ୍ଷକ ସଂଘର ସଦସ୍ୟମାନେ ମତ ପ୍ରକାଶ କରିଥିଲେ ।

No Result
View All Result