ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ,ଶୁକ୍ରବାର ) ବରଗଡ଼ :- ମହାମାରୀ କରୋନାର ପ୍ରକୋପ କୁ ନିୟନ୍ତ୍ରଣ କରିବା ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଙ୍କ ଦ୍ଵାରା ନିଯୁକ୍ତ କୋଭିଡ -୧୯ ର ନୋଡାଲ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ ଗତକାଲି ଠାରୁ ଅଦ୍ୟାବଧି ବିଭିନ୍ନ କର୍ଯ୍ୟ କାରିତା ଉପରେ ସମୀକ୍ଷା ଆଲୋଚନା କରୁଛନ୍ତି । ଆଜି ଶ୍ରୀ ତ୍ରିପାଠୀ ବରଗଡ଼ ଟୁକୁର୍ଲା ସ୍ଥିତ କୋଭିଡ ଡାକ୍ତରଖାନା ପରିଦର୍ଶନ କରିଥିଲେ ।
ପରେ କୋଭିଡ ନିୟନ୍ତ୍ରଣ ରେ ନିୟୋଜିତ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ସହ ବିଶେଷ ଆଲୋଚନା କରିଥିଲେ । ଭକ୍ତ ବୈଠକରେ ଜିଲ୍ଲା ରେ କରୋନା ସଙ୍କ୍ରମଣକୁ ନିୟନ୍ତ୍ରଣ ଓ ପ୍ରତିହତ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ କୁମାର ପାତ୍ର,ଏପିଡି ରାଜ ଗୋପାଳ ଦାଶ ଓ ଅନ୍ୟ ସ୍ବାସ୍ଥ୍ୟ ସେବା ଅଧିକାରୀ ମାନେ ଉପସ୍ଥିତ ଥିଲେ ।