No Result
View All Result
ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ ଜିଲ୍ଲା,ନିଆଳୀ ବ୍ଲକ ଦ୍ୱୀପାଞ୍ଚଳ କସର୍ଦା ସ୍ଥିତ ଐତିହାସିକ ଦିପୋଟି ମେଳଣ ଅନୁଷ୍ଠିତ ହୋଇ ଯାଇଛି । ଯୋଉଠି ବିଭିନ୍ନ ଅଂଚଳରୁ ୬୪ ଦୋଳ ବିମାନ ଯୋଗ ଦେଇଥିଲେ ଲକ୍ଷାଧିକ ଭକ୍ତ ଯୋଗ ଦେଇ ବିଭୁ କୃପା ଲାଭ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍ଵେଛାସେବୀ, ରାଜନୈତିକ ଦଳ, ଗ୍ରାମ ପଞ୍ଚାୟତ ଜଳଛତ୍ର ଆୟୋଜନ କରିଥିଲେ ସ୍ଵେଛାସେବୀ ତଥା ଗାନ୍ଧିବାଦୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ, ଏଡ଼ ଇଣ୍ଡିଆ ଏବଂ ଭେଦା ବିଳାଶୁଣୀ ର ସହଯୋଗ ରେ ଜଳଛତ୍ର ଆୟୋଜନ କରିଥିଲା l
ଏଥିରେ ଅନୁଷ୍ଠାନ ର ସଭାପତି ପ୍ରସନ୍ନ ପାତ୍ର, ନିର୍ଦେଶକ କୃଷିବିତ୍ ପ୍ରମୋଦ କୁମାର ମଲ୍ଲିକ, ସହ ନିର୍ଦେଶକ ଲଲାଟେନ୍ଦୁ ସାହୁ, ସ୍ମୁତି ରଞ୍ଜନ ସାହୁ,ଉପସଭାପତି ଦ୍ଵିଜବର ମହାପାତ୍ର,ହେମନ୍ତ କୁମାର ମଲ୍ଲିକ, ବିଶ୍ୱମ୍ବର ସେନାପତି, ସୂର୍ଯ୍ୟକାନ୍ତ ମଲ୍ଲିକ ପ୍ରୀତି ପ୍ରଜ୍ଞା ପଟ୍ଟନାୟକ, ସୋନାଲି ବେହେରା, ସୁଶ୍ରୀ ପ୍ରିୟଙ୍କା ମଲ୍ଲିକ, ଚିରଞ୍ଜୀବ ପରିଡା, ଚନ୍ଦ୍ରକାନ୍ତ ରାଉଳ ସହ ମହାତ୍ମା ଗାନ୍ଧୀ କମ୍ପ୍ୟୁଟର ସେଣ୍ଟର ର ସମସ୍ତ ଛାତ୍ର ଛାତ୍ରୀ ଶ୍ରେଷ୍ଟାରାଣୀ ଜେନା,
ଲଷ୍ମୀପ୍ରିୟା ଦାସ,ସୋନାଲି ସୁନ୍ଦରରାୟ,ମୀରା ସ୍ୱାଇଁ,ପ୍ରତୀକ କୁମ୍ମ ସାହୁ,ଦିବ୍ୟ ଜ୍ୟୋତି ବିଶ୍ୱାଳ, ସୋମ୍ୟ ରଞ୍ଜନ ପରିଡା,ଚିନ୍ମୟୀ ପରିଡା ପୂର୍ଣ୍ଣ ସହଯୋଗ କରିଥିଲେ.ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ୟୁବ ସମାଜସେବୀ ସନ୍ତୋଷ କୁମାର ମାଝୀ ପରିଚାଳନା କରିଥିଲେ ଅନୁଷ୍ଠାନର ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

No Result
View All Result