• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
August 9, 2026
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ରାଜନୀତି, ହୋମ୍
0
ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ
Share on FacebookShare on TwitterWhatsapp

ରାଜ୍ୟରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଅଗଷ୍ଟ ୯ ରୁ ୧୭ ସବୁଠି ଉଡ଼ିବ ଜାତୀୟ ପତାକା l

ତ୍ରିରଙ୍ଗା ପଦଯାତ୍ରାରେ କମ୍ପିଲା ରାଜଧାନୀ : ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଛାତ୍ରଛାତ୍ରୀ ଓ ଆନ୍ତର୍ଜାତୀୟ କ୍ରୀଡ଼ାବିତ୍ l

ଯୁବଶକ୍ତିର ଏକ ହିଁ ସ୍ୱର – ସୁରକ୍ଷିତ ହେବ ଦେଶ ଆମର : ଜେନ୍-ଜି ଓ ଯୁବସମାଜକୁ ଦେଶଭକ୍ତିର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ l

ପ୍ଲାଷ୍ଟିକ୍‌କୁ ‘ନା’, କପଡ଼ା ପତାକାକୁ ‘ହଁ’ – ପରିବେଶ-ଅନୁକୂଳ ତ୍ରିରଙ୍ଗା ଉତ୍ସବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ l

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଭୁବନେଶ୍ୱରଠାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଐତିହାସିକ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ଏହି ଅବସରରେ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ, ସହର, ଘର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗୌରବର ସହ ଜାତୀୟ ପତାକା ଉଡ଼ାଇବାକୁ ସେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି ।

ନିଜ ଅଭିଭାଷଣ ସ୍ୱାଧୀନତା ସଂଗ୍ରାମୀ, ବୀର ଶହୀଦ ଏବଂ ଓଡ଼ିଶାର ଅମର ସପୁତମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୪୨ ଅଗଷ୍ଟ ୯ ରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ‘ଭାରତ ଛାଡ଼’ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେଇଥିଲା । ଜାତୀୟ ପତାକା ‘ତ୍ରିରଙ୍ଗା’ କେବଳ ତିନୋଟି ରଙ୍ଗର ସମାହାର ନୁହେଁ, ବରଂ ଏହା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ, ଗୌରବ ଓ ଆକାଂକ୍ଷାର ପ୍ରତୀକ ।

କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତ ରଙ୍ଗ ଶାନ୍ତି ଓ ସତ୍ୟ, ସବୁଜ ରଙ୍ଗ ସମୃଦ୍ଧି ଏବଂ ମଝିରେ ଥିବା ଅଶୋକ ଚକ୍ର ନିରନ୍ତର କର୍ତ୍ତବ୍ୟପଥରେ ଆଗେଇ ଚାଲିବାର ଶିକ୍ଷା ଦିଏ । ଏହି ପବିତ୍ର ଜାତୀୟ ଉତ୍ସବକୁ ସମ୍ପୂର୍ଣ୍ଣ ପରିବେଶ-ଅନୁକୂଳ କରିବା ପାଇଁ ପ୍ଲାଷ୍ଟିକ୍ ପତାକାକୁ ସମ୍ପୂର୍ଣ୍ଣ ବର୍ଜନ କରି କେବଳ କପଡ଼ା ପତାକା ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଏକ ବର୍ଣ୍ଣାଢ଼୍ୟ ପଦଯାତ୍ରା ଆୟୋଜିତ ହୋଇଥିଲା ।

ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ଏନ.ସି.ସି. (NCC) ଏବଂ ଏନ.ଏସ.ଏସ. (NSS) ର ସ୍ୱେଚ୍ଛାସେବୀମାନେ ହାତରେ ତ୍ରିରଙ୍ଗା ଧରି ଶୃଙ୍ଖଳିତ ଭାବେ ପଦଯାତ୍ରା କରିଥିଲେ ।  ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଂସ୍କୃତିକ ଦଳ ନିଜର ପାରମ୍ପରିକ ଲୋକନୃତ୍ୟ ଓ କଳା ପ୍ରଦର୍ଶନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ବିଶିଷ୍ଟ କ୍ରୀଡ଼ାବିତ୍‌ ଏବଂ ହଜାର ହଜାର ଛାତ୍ରଛାତ୍ରୀ “ବନ୍ଦେ ମାତରମ୍” ଓ “ଭାରତ ମାତା କି ଜୟ” ନାରା ଦେଇ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ରାଜ୍ୟର ‘ଜେନ୍-ଜି’ (Gen-Z) ଓ ଯୁବସମାଜକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଡିଜିଟାଲ୍ ଯୁଗରେ ଆମ ଯୁବପିଢ଼ିକୁ ବିପଥଗାମୀ କରିବାକୁ କିଛି ବାହ୍ୟ ଶକ୍ତି, ଅଦୃଶ୍ୟ ଶତ୍ରୁ, ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଓ ନିଶାଦ୍ରବ୍ୟ ଭଳି କୁପ୍ରଭାବ ସକ୍ରିୟ ରହିଛନ୍ତି । ସେହି ଅଦୃଶ୍ୟ କୁଚକ୍ରୀ ଶକ୍ତି କେବେହେଲେ ନିଜ ଉଦ୍ଦେଶ୍ୟରେ ସଫଳ ହେବେ ନହିଁ । ସେମାନଙ୍କ ମାୟାଜାଲରେ ନପଡ଼ି ଦେଶଭକ୍ତିକୁ ପ୍ରଥମ ସ୍ଥାନ ଦେବାକୁ ସେ ପରାମର୍ଶ ଦେଇଥିଲେ ଦେଇ ସେ “ଯୁବଶକ୍ତିର ଏକ ହିଁ ସ୍ୱର – ସୁରକ୍ଷିତ ହେବ ଦେଶ ଆମର!” ନାରା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ – ୨୦୪୭’ ସଂକଳ୍ପରେ ଓଡ଼ିଶାର ଭୂମିକା ସବୁଠାରୁ ନିର୍ଣ୍ଣାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ରାଜ୍ୟର ଚାଷୀ, ଶ୍ରମିକ, ଯୁବକ ଓ ସ୍ୱାବଲମ୍ବୀ ମହିଳାଙ୍କ ଅବଦାନ ଯୋଗୁଁ ଓଡ଼ିଶା ଦେଶର ଆର୍ଥିକ ଓ ଶିଳ୍ପ ବିକାଶର ପ୍ରମୁଖ ଇଞ୍ଜିନ୍ ପାଲଟିବ । ସ୍ୱାଧୀନତା ଦିବସ ଅବସରରେ ଦେଶର ସୁରକ୍ଷାରେ ନିୟୋଜିତ ବୀର ସୈନିକ ଓ ପୋଲିସ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଗୌରବର ସହ ସମ୍ମାନିତ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।

ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ମଞ୍ଚାସୀନ ଥିଲେ ।

​ଏହା ବ୍ୟତୀତ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ପାଲଲହଡ଼ା ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି , ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ବିଜେପି ଓଡ଼ିଶାର ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମାନସ ମହାନ୍ତି ଏବଂ

ବିଜେପି ଓଡ଼ିଶା ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ବିଜୟପାଲ ସିଂହ ତୋମାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୋଭାମଣ୍ଡିତ କରିଥିଲେ । ଏହି ସମାରୋହରେ ଓଡ଼ିଶାର ଗୌରବ ତଥା ଆନ୍ତର୍ଜାତୀୟ ସ୍ତରର ଅନ୍ତରଙ୍ଗ କ୍ରୀଡ଼ାବିତ୍ ପ୍ରମୋଦ ଭଗତ, ଅନୁପମା ସ୍ୱାଇଁ, ସୁନୀଲ ପ୍ରଧାନ, ରବି କୁମାର ଏବଂ କମଳା କାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଯୁବସମାଜ ମଧ୍ୟରେ ଦେଶପ୍ରେମ ଓ ଉତ୍ସାହ ଭରିଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା 

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା 

August 9, 2026
ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ

ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ

August 9, 2026
169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ

169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ

August 9, 2026
ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ

ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ

August 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା 

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା 

August 9, 2026
ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ

ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ

August 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version