No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଠାରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି ଆନୁଷ୍ଠାନିକ ପୂର୍ବକ ଶୁଭାରମ୍ଭ କରି କହିଲେ ମହିଳାଙ୍କ ଉର୍ନ୍ନତିରେ ଦେଶର ପ୍ରଗତି ହୋଇଥାଏ । ବିଜୁବାବୁ ଦେଶରେ ପ୍ରଥମେ ପଞ୍ଚାୟତିରାଜ ବ୍ଯବସ୍ଥାରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ କରି ଇତିହାସ ସୃଷ୍ଟି କରିଥିଲେ ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ ମହିଳା ମାନେ ଏକତ୍ରିତ ହୋଇ ମହିଳାଙ୍କ ଅସୁବିଧା ସମୟରେ ଠିଆ ହୋଇ କାର୍ଯ୍ୟ କଲେ ଅନୁଷ୍ଠାନ ପ୍ରିୟପାତ୍ର ହୋଇପାରିବ । ସମ୍ମାନିତ ଅତିଥିଭାବେ ସିବିଆଇ ର ପ୍ରାକ୍ତନ ଆଇନ ପରାମର୍ଶଦାତା ରାଜଶ୍ରୀ ମହାପାତ୍ର , ଆଇନଜୀବୀ ଶୁକ୍ଳା ରାୟ , ପୂର୍ବତନ ନଗରପାଳ ଗୌରହରି ପ୍ରଧାନ,ବରିଷ୍ଟ ସାମ୍ବାଦିକ ତଥା ଓଡିଶା ସାମ୍ବାଦିକ ସଙ୍ଘର ଜିଲ୍ଲା ସଭାପତି ବିଜୟ ମିଶ୍ର , ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥ , ଦୃଷ୍ଟିର ନିର୍ଦ୍ଦେଶକ ତଥା ସାମ୍ବାଦିକ ନାରାୟଣ ଦାଶ ,ବରିଷ୍ଠ କ୍ରୀଡା ସଂଗଠକ ରବିଶଙ୍କର ପ୍ରତିହାରୀ , ଫାଉଣ୍ଡେସନ ର ଲିଗାଲ୍ ଆଡ଼ଭାଇଜର ଭଗବାନ ପଢିଆରୀ ପ୍ରମୁଖ ମଞ୍ଚାସୀନ ହୋଇ ମହିଳା ମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଥିବାରୁ ଖୁସିବ୍ୟକ୍ତ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶିକା ଅରୁଣିମା ନନ୍ଦ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ।

ସଭାନେତ୍ରୀ ରତ୍ନମଣି ନାୟକ,ସମ୍ପାଦିକା ପଦ୍ମିନୀ ବେହେରା ,ସହ ସମ୍ପାଦିକା ମମତା ମିଶ୍ର ,ସଂଯୋଜିକା ବିଚିତ୍ରା ମିଶ୍ର, ନୃତ୍ଯ ଗୁରୁ ମନିଷା ମହାନ୍ତି, ନାରାୟଣ ବେଜ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସୋନି ଟିଭିର ମାଷ୍ଟର ସେଫ୍ ରେ ଚାମ୍ପିଅନ ହେଇଥିବା ଶ୍ରୀକ୍ଷେତ୍ରର ପୂର୍ବତନ ପୌରସଦସ୍ଯା ଅଞ୍ଜୁ ପ୍ରଧାନଙ୍କୁ ଭୂୟଂଶୀ ପ୍ରଶଂସା କରିବା ସହ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ହୋଇଥିବା ଝୋଟି , ମ୍ୟୁଜିକ୍ ଚେୟାର , ହୁଳୁହୁଳି,କବିତା ପାଠ , ଚିଟ୍ ଉଠାଣ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସମ୍ମାନିତ କରାଯାଇଥିଲା ।

ସଂଯୋଜକ ଲଲାଟେନ୍ଦୁ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠାନର ସଭ୍ଯା ମାନଙ୍କ ଦ୍ବାରା ଗୀଟିନାଟ୍ୟ, ନୃତ୍ୟ , ପରିବେଷଣ କରାଯାଇଥିଲା । ଶେଷରେ ସଭାନେତ୍ରୀ ରତ୍ନମଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ମହିଳା ସଦସ୍ଯା ଏକ ରଙ୍ଗର ଶାଢୀ ପିନ୍ଧି ମଞ୍ଚରେ ସ୍ବାଗତ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବେଶ ଆକର୍ଷିତ ହୋଇଥିଲା । ଶତାଧିକ ମହିଳା ଓ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରିଥିଲେ ।

No Result
View All Result