ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଟି୨୦ ବିଶ୍ୱକପରେ ଭାରତୀୟ ଦଳ ଗର୍ବିତ ବିଜୟ ଉପଲକ୍ଷେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀରେ ଥିବା ତାଙ୍କ ଷ୍ଟୁଡିଓରେ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇବା ପାଇଁ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି | ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିବା ଏହି ବାଲୁକା ଆନିମେସନ ରେ ସେ ଭାରତ ର ବିଜୟ ଏବଂ ଜାତୀୟ ଗର୍ବର ଭାବନାକୁ ସୁନ୍ଦର ଭାବରେ ପ୍ରତିଫଳିତ କରିଛି ।















