ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟ ବାର୍ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯକାରୀ କମିଟି ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର ଠାରୁ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରଧାନଙ୍କ ନିକଟରେ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ କରିଛନ୍ତି ।

ପ୍ରାର୍ଥିପତ୍ର ଦାଖଲର ପ୍ରଥମ ଦିବସରେ ସନ୍ଧ୍ୟା ସୁଦ୍ଧା ସଭାପତି ପଦବୀ ନିମନ୍ତେ ଲମ୍ବୋଦର ପଣ୍ଡା , ଉପସଭାପତି ପଦବୀ ନିମନ୍ତେ ରାମଚନ୍ଦ୍ର ସିଂ ପାତ୍ର , ସମ୍ପାଦକ ପଦବୀ ନିମନ୍ତେ ଅନିଲ କୁମାର ଦାସ, ସହ ସମ୍ପାଦକ ପଦବୀ ନିମନ୍ତେ ନୀଳାଦ୍ରି କେଶରୀ ସାହାଣୀ, ଏବଂ କୋଷାଧକ୍ଷ ପଦବୀ ନିମନ୍ତେ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟ ସୀମା ସୋମବାର ଅପରାହ୍ନ ୩ ଟା ଯାଏ ରହିଛି। ଆସନ୍ତା ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହେବ ।















