କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ଆଇକ୍ୟୁଏସି ଙ୍କ ସହଯୋଗରେ ୨୦୨୫–୨୬ ଶିକ୍ଷାବର୍ଷର ବାର୍ଷିକ ସେମିନାର ସ୍ମାର୍ଟ କ୍ଲାସ୍ ରୁମ୍ରେ ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ ରେ ଥିବା ବିଭୁ ପ୍ରସାଦ ବିଶ୍ଵାଳ ଉଦ୍ଘାଟନ କରିବା ସହ ଅଧ୍ୟକ୍ଷତା କରିଥିଲେ। ପ୍ରଧାନ ବକ୍ତା ଭାବେ ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟର , ଏରକଣାର ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ଅଶୋକ କୁମାର ଖଟୁଆ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଷୟ ଭିତ୍ତିକ ଗଭୀର ଆଲୋଚନା ମାଧ୍ୟମରେ ଶିକ୍ଷାଦାନ କରିଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ପ୍ରାଣୀବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡ଼ଃ ସତ୍ୟନାରାୟଣ ସାହୁ ଅତିଥିଙ୍କ ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ଅଧ୍ୟାପିକା ପ୍ରିୟଦର୍ଶିନୀ ଲେଙ୍କା ବିଷୟବସ୍ତୁ ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଉକ୍ତ ପାଠଚକ୍ର ରେ ଛାତ୍ରୀ ସୁସ୍ମିତା ପ୍ରଧାନ, ସୋନାଲି ସାହୁ ଓ ଦୀପା ନାୟକ ତାଙ୍କର ଗବେଷଣାମୂଳକ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ ।















