ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଜିଲ୍ଲାରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହିତ ମଦ୍ୟପାନ କରି ଯାନ ଚାଳନାବେଳେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପୁରୀ ପୋଲିସ ଫେବୃଆରୀ ମାସ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶେଷ ଅଭିଯାନ ଚାଲାଇଥିଲେ। ଏହି ଅଭିଯାନ ସମୟରେ ପୁରୀ ପୋଲିସର ବିଭିନ୍ନ ଥାନା ଅଞ୍ଚଳରେ ଗାଡି ଯାଞ୍ଚ କଡ଼ାକଡ଼ି ଭାବେ କରାଯାଇଥିଲା । ଏହି ବିଶେଷ ଅଭିଯାନ ଅଧୀନରେ ମଦ୍ୟପାନ କରି ଗାଡି ଚାଳନା କରୁଥିବା ଚାଳକମାନଙ୍କ ବିରୋଧରେ ଆଇନୁନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।















