ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବୁନାଲର ଓଡିଶା ଗସ୍ତ ଓଡିଶାବାସୀଙ୍କୁ ସୁଫଳ ଦେବ ବୋଲି କହିଛନ୍ତି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ଆଜି ପୂର୍ବାହ୍ନରେ ମହାନଦୀ ଜଳ ବିବାଦ ର ସମାଧାନ ପାଇଁ ଗଠିତ ଟ୍ରିବୁନାଲ ର ଅଧ୍ୟକ୍ଷ ଜଷ୍ଟିସ ବେଲା ଏମ ତ୍ରିବେଦୀ ଙ୍କ ନେତୃତ୍ୱରେ ଅନ୍ୟତମ ସଦସ୍ୟ ଜଷ୍ଟିସ ଡ. ରବି ରଞ୍ଜନ, ଜଷ୍ଟିସ ଇନ୍ଦରମିତ କୌର କୋଚର ଙ୍କ ସହ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପୁରୀ ରେ ପହଞ୍ଚି ଥିଲେ।

ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଏସ ପି ପ୍ରତୀକ ସିଂ ଟ୍ରିବୁନାଲ କୁ ସ୍ବାଗତ କରିଥିଲେ।ପରେ ଟ୍ରିବୁନାଲ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।ଏହି ଅବସରରେ ଆଡଭୋକେଟ ଜେନେରାଲ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମହାନଦୀ ଜଳ ବିବାଦ ର ସମାଧାନ ପାଇଁ ଟ୍ରିବୁନାଲ କ୍ଷେତ୍ର ପରିଦର୍ଶନ, ସ୍ଥିତି ଅନୁଧ୍ୟାନ କରିବା ଜରୁରୀ ଥିଲା।ପୂର୍ବରୁ ଗଠିତ କମିଶନ ୨୦୨୩ ମସିହାରେ ୭/୮ ଦିନ ପାଇଁ ଓଡିଶା ଗସ୍ତ ରେ ଆସିଥିଲେ ।
ତେବେ ଚଳିତ ଗସ୍ତରେ ଟ୍ରିବୁନାଲ ହୀରାକୁଦ ଜଳ ଭଣ୍ଡାର, ହୀରାକୁଦ ଡ୍ୟାମ,ବୁର୍ଲା ପାୱ୍ବାର ଚାନେଲ ପରିଦର୍ଶନ ଓ ନିରୀକ୍ଷଣ କରିଥିଲେ।ରାଜ୍ୟ ସରକାରଙ୍କ ପକ୍ଷରୁ ବୈଷୟିକ ଟିମ୍ ଦ୍ଵାରା ପ୍ରସ୍ତୁତ ତଥ୍ୟ କୁ ପାୱ୍ବାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା। ମହାନଦୀ ର ସମଗ୍ର ଡେଲଟା ଅଞ୍ଚଳ ଯାହାକି ବନ୍ଧର ତଳ ଅଞ୍ଚଳ କୁ ହେଲିକପ୍ଟର ମାଧ୍ୟମରେ ଟ୍ରିବୁନାଲକୁ ଦେଖାଇ ଦିଆଯାଇଥିଲା । ଯାହା ଫଳରେ ମହାନଦୀ ର ପ୍ରକୃତ ସ୍ଥିତି ଜଣା ଯାଇପାରିବ।ସାତକୋଶିଆ ଗଣ୍ଡ ଟ୍ରିବୁନାଲ ଦେଖିଲେ ।

ବରଗଡ଼, ସୋନପୁର,କଟକ ଯେଉଁ ସ୍ଥାନ ଦେଇ ମହାନଦୀ ପ୍ରବାହିତ ତାହା ସେମାନେ ଅନୁଧ୍ୟାନ କରିଛନ୍ତି।ଯେ କୌଣସି ନ୍ୟାୟିକ ବ୍ୟବସ୍ଥା ରେ ସ୍ବଚକ୍ଷୁରେ ଦେଖିଲେ ହିଁ ତାହାର ବାସ୍ତବତା ସମ୍ପର୍କରେ ଅବଗତ ହୋଇଥାଏ।ଓଡିଶା ଓ ଛତିଶଗଡ ଅଞ୍ଚଳ କୁ ଟ୍ରିବୁନାଲର କାର୍ଯ୍ୟକାଳ ସରିବା ପୂର୍ବରୁ ବାସ୍ତବ ଚିତ୍ର ଅନୁଧ୍ୟାନ କରିବା ସ୍ବାଗତଯୋଗ୍ୟ।ଏଥିରେ ଉଭୟ ରାଜ୍ୟର ସ୍ବାର୍ଥ ଓ ଭୌଗଳିକ ସ୍ଥିତି କୁ ଅନୁଧ୍ୟାନ କରାଯାଉଛି ।
ହୀରାକୁଦ ଜଳଭଣ୍ଡାର, ସାତକୋଶିଆ ଗଣ୍ଡ ଓ ଚିଲିକା ଯାହା ମହାନଦୀ ସହ ଓତଃପ୍ରୋତ ଭାବେ ଜଡ଼ିତ।ଅନେକ ଜଳ ବିବାଦ ର ସମାଧାନ ପାଇଁ ଗଠିତ ଟ୍ରିବୁନାଲ ସମାଧାନ କରି ପାରିନାହିଁ।କିନ୍ତୁ ଆମେ ଆଶାବାଦୀ ମହାନଦୀ ବିବାଦ ର ସମାଧାନ ହେବ ଓ ଇତିହାସ ରେ ଏକ ସଫଳ ଦୃଷ୍ଟାନ୍ତ ହୋଇ ରହିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଓ ଅନ୍ୟାନ୍ୟ ଅଧିକାରୀ ମାନେ ସମସ୍ତ କାର୍ଯ୍ୟ କୁ ପରିଚାଳନା କରିଥିଲେ।














