ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଆନ୍ତର୍ଜାତୀୟ ପର୍ଯ୍ୟଟନ ଓ ତୀର୍ଥସ୍ଥଳୀ ପୁରୀ । ପୁରୀରେ ପର୍ଯ୍ୟଟନର ବିକାଶ ହେଲେ ରାଜ୍ଯ ଓ ଦେଶ ବିକଶିତ ହେବ । ମଙ୍ଗଳା ମୁହାଣ ଠାରୁ ହରଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ୧୫ ଶହ ଏକର ଜମିରେ ଟୁରିଷ୍ଟ ଟର୍ମିନାଲ ନିର୍ମାଣ କରାଯିବ । ଦେଶ ବିଦେଶର ବିଭିନ୍ନ ହୋଟେଲ ଶିଳ୍ପର ମାଲିକ ମାନେ ଏଠାରେ ୧୫ ହଜାରରୁ ଅଧିକ ହୋଟେଲ ନିର୍ମାଣ କରି ବିଶ୍ଵସ୍ତରୀୟ ହୋଟେଲ ଶିଳ୍ପକୁ ମାନ୍ଯତା ଦିଆଯିବ । ଆମେରିକାର କାରାଭାନ ସେଣ୍ଟର ପରି ବିଶ୍ୱସ୍ତରୀୟ ପର୍ଯ୍ୟଟନ କମ୍ଲେକ୍ସ ନିର୍ମାଣ ହେବ ।

ଯାହାଫଳରେ ହଜାର ହଜାର ଯୁବକ ନିଯୁକ୍ତି ପାଇବା ସହ ରାଜ୍ଯ ଓ ଦେଶର ଅର୍ଥନୀତି ଅଭିବୃଦ୍ଧି ଘଟିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡା ମତବ୍ୟକ୍ତ କରିଛନ୍ତି । ଏଥିରେ ଅତ୍ଯାଧୁନିକ ସିନେମା ହଲ, ଗର୍ଲଫ, ସୁଇମିଙ୍ଗ ପୁଲ ପର୍ଯ୍ୟଟକଙ୍କ ପାଇଁ ଅନେକ ସୁବିଧାସୁଯୋଗ ରହିବ । ରବିବାର ପୂର୍ବାହ୍ନରେ ସ୍ଥାନୀୟ ହଲିଡେ ରିସୋର୍ଟ ଠାରେ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡ଼ିଶାର ୪୦ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଯୋଗଦେଇ କହିଥିଲେ।















