ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ବ୍ଲକ ବଡ଼ପଣ୍ଡୁସର ଗୋଷ୍ଟି ଗୋଷ୍ଠି କେନ୍ଦ୍ରଠାର ହ୍ୟୁମାନ ପାପିଲୋମା ଭାଇରସ (HPV) ଗୋଷ୍ଠି ଚିକିତ୍ସା ଅଧିକାରୀ ଡାକ୍ତର ଜ୍ଞାନ ଜ୍ୟୋତି ଦାସ ଦ୍ଵାରା ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ଡାକ୍ତର ନମ୍ରତା ଦାସ ହ୍ୟୁମାନ ପାପିଲୋମା ଭାଇରସ (HPV) ଟୀକାକାରଣ ଜରାୟୁ ଗ୍ରିବା କର୍କଟ ରୋଗ ପ୍ରତିରୋଧ ପାଇଁ ସୁରକ୍ଷା ପ୍ରଧାନ କରାଯାଏ । ଏହି ଟୀକା ୧୪ -୧୫ ବର୍ଷ ବୟସର ସୁସ୍ଥ୍ କିଶୋରିକୁ ଦିଆଯିବ ।

ଜରାୟୁ ଗ୍ରିବା କର୍କଟ ରୋକିବାରେ ଏହି ଟୀକା ଏକ ମହତୁ ପଦକ୍ଷେପ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଭିଯାନକୁ ସଫଳ କରିବା ପାଇଁ ଯୋଗ୍ୟ କିଶୋରୀଙ୍କୁ ଟୀକା ପ୍ରଦାନ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଚାଲୁରହିବ । ନିଜ କନ୍ୟାମାନଙ୍କୁ ଏହି ଟୀକା ଦେବା ପାଇଁ ସଚେତନତା ହେବାକୁ ଅନୁରୋଧ କରାଯାଇ ଅଛି।















