କୋଣାର୍କ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କେନ୍ଦ୍ର ସରକାରଙ୍କ ନେତୃତାଧୀନ ବିଜେପି ସରକାର ଅଗଣତାନ୍ତ୍ରିକ ଓ ବେଆଇନ ଭାବେ କଂଗ୍ରେସ ଯୁବ କଂଗ୍ରେସ ଜାତୀୟ ସଭାପତି ଉଦୟ ଭାନୁ ଚିବ୍ ଙ୍କ ଗିରଫ ପ୍ରତିବାଦରେ କୋଣାର୍କ ମେଡିକାଲ ଛକ ଠାରେ କାକଟପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଖବରରୁ ପ୍ରକାଶ ଯେ ଚୀନର ଗଲଗୋଟିଆ ବିଶ୍ବ ବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ଚାଇନା ରୋବ କୁକୁର କୁ ଆଣି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ନିଜସ୍ବ ଜ୍ଞାନ କୌଶଳରେ ନିର୍ମିତ ବୋଲି ନୂଆଦିଲ୍ଲୀ ଠାରେ ଆୟୋଜିତ ଏଆଇ ସବମିଟ ଠାରେ ପ୍ରଦର୍ଶିତ କରାଯାଇଥିଲା ବେଳେ କଂଗ୍ରେସ ଜାତୀୟ ଯୁବ ସଭାପତି ଉଦୟ ଭାନୁ ଚିବ୍ ଙ୍କ ନେତୃତ୍ଵରେ ଶତାଧିକ ଯୁବ କଂଗ୍ରେସ କର୍ମୀମାନେ ପିନ୍ଧି ଥିବା ପୋଷାକ ଖୋଲି ସରକାର ବିରୋଧରେ ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହି ଘଟଣାକୁ ନେଇ ଗଣତାନ୍ତ୍ରିକ ପଦ୍ଧତିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଦିଲ୍ଲୀ ପୋଲିସ କଂଗ୍ରେସ ଜାତୀୟ ଯୁବ ସଭାପତି ଉଦୟ ଭାନୁ ଚିବ୍ ଙ୍କ ସମେତ ଯୁବ କଂଗ୍ରେସ କର୍ମୀଙ୍କୁ ବେଆଇନ ଓ ଅଗଣତାନ୍ତ୍ରିକ ଉପାୟରେ ଗିରଫ କରିଥିଲେ। କଂଗ୍ରେସ ଜାତୀୟ ଯୁବ ସଭାପତି ଉଦୟ ଭାନୁ ଚିବ୍ ଙ୍କୁ ବେଆଇନ ଗିରଫ ପ୍ରତିବାଦରେ କାକଟପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବିରଂଚି ନାରାୟଣ ପତିଙ୍କ ନେତୃତ୍ବରେ କୋଣାର୍କ ମେଡିକାଲ ଛକ ଠାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇ କେନ୍ଦ୍ର ସରକାରଙ୍କ ଆଇନ ବିରୋଧୀ କାର୍ଯ୍ୟର ସମାଲୋଚନା କରିଥିଲେ।
















