No Result
View All Result
ଜଗତସିଂହପୁର ( ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଶବ୍ଦପ୍ରତି ଯତ୍ନ୍ନବାନ ହୁଅନ୍ତୁ l ଓଡ଼ିଆ ସାହିତ୍ୟ ଭଣ୍ଡାରରେ ଅନେକ ଶବ୍ଦ୍ଦ ସାଇତା ହୋଇଛି ରହିଛି l ବିଦେଶୀ ଭାଷାପ୍ରତି ଆକୃଷ୍ଟ ନହୋଇ ଓଡ଼ିଆ ଶବ୍ଦ ପ୍ରୟୋଗ କରି ସାହିତ୍ୟକୁ ସମୃଦ୍ଧ କରନ୍ତୁବୋଲି ରବିବାର ହାଜିପୁରସ୍ଥ ପବିତ୍ର ଧ୍ୟାନକୁଦ ପୀଠରେ ଆୟୋଜିତ ଆଷାଢ଼ ସାହିତ୍ୟ ସଂସଦର 35ତମ ସାରସ୍ୱତ ସମାରୋହରେ ବରେଣ୍ୟ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି l

ଏହିଉଛ ବକୁ ଧ୍ୟାନକୁଦ ପୀଠର ପିଠାଧୀସ ପ୍ରେମ ସାଗର ବାବା ଅରକ୍ଷିତ ଦାସ ମହାରାଜ ଉଦ୍ଘାଟନ କରି ଥିଲେ l ସଂସଦର ଉପ ସଭାପତି ଗୀତିକବି କାଦମ୍ବିନୀ ପରିଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଵରେଣ୍ୟ ଅତିଥିତୀ ଭାବେ ଜଗତସିଂହପୁର ପୌର ପରିଷଦ ର ଅଧ୍ୟକ୍ଷା ଅର୍ଚ୍ଚନା ସିଂହ, ଉତ୍କଳ ସାହିତ୍ୟ ସମାଜ ପାଠାଗାର ସମ୍ପାଦକ ବ୍ରହମ୍ମାନନ୍ଦ ମହାନ୍ତି, ସାହିତ୍ୟିକ ଅଜୟ କୁମାର ବେହେରା, ଅଧ୍ୟାପକ ବିଶ୍ୱରଂଜନ ଦାଶ, ସାହିତ୍ୟିକ ଚିତ୍ତରଞ୍ଜନ ବେହେରା ଯୋଗଦେଇ ଉପରୋକ୍ତ ମତ୍ତଦେଇଛନ୍ତି l
ପଣ୍ଡିତ ଗୁରୁପ୍ରସାଦ ରଥ ବେଦପାଠ ଅତିଥିତୀ ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ କବି ପିତାମ୍ବର ମହାପାତ୍ର l ଅନୁଷ୍ଠାନର ସମ୍ପାଦିକା କୁନ୍ତଳା ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଏହି ଅବସରରେ କବିତା ପାଠକୁ ସଂଯୋଜନା କରିଥିଲେ ସନ୍ତୋଷୀ ସାହୁ l ସୌମେନ୍ଦ୍ର ମହାପାତ୍ର ଓ ଅଭିଷେକ ସନ୍ଦେଶ ମହାପାତ୍ର l ଏହିଅବସରରେ ଅର୍ଚନା ସିଂହ ଙ୍କୁ କୁଞ୍ଜଲତା ପଣ୍ଡା ସେବାସମ୍ମାନ, ନିରୁପମାରାଉତ ଙ୍କୁ ନିର୍ମଳା ମହାପାତ୍ର କବିତା ସମ୍ମାନ, ହରପ୍ରିୟା ରାଉତ ଙ୍କୁ ବିଦ୍ୟୁତ ଲତା ପଣ୍ଡା ଶିକ୍ଷା ସମ୍ମାନ,

ପଣ୍ଡିତ ବାସବ କୁମାର ନନ୍ଦ ଙ୍କୁ ନାରାୟଣ ପଣ୍ଡା ସଂଗଠକ ସମ୍ମାନ, ରମାକାନ୍ତ ରାଉଳଙ୍କୁ ବ୍ରଜବନ୍ଧୁ ଶତପଥୀ ସଂସ୍କୃତି ସମ୍ମାନ, ରମାକାନ୍ତ ମହାପାତ୍ରଙ୍କୁ କ୍ଷୀରୋଦ ଚନ୍ଦ୍ର ଶତପଥୀ ସମବାୟ ସମ୍ମାନ, ପବିତ୍ର ମୋହନଦାସଙ୍କୁ କୈଳାଶ ନାଥ ଦୀକ୍ଷିତ ସେବାସମ୍ମାନ, ସୀତାଂଶୁ ଶେଖର ରାୟଙ୍କୁ ବୀରବର ଦାଶ ପାଠକ ସମ୍ମାନ, ପ୍ରମୋଦ କୁମାର ବ୍ରହ୍ମl ଙ୍କୁ ରାଧାନାଥ ଶତପଥୀ ସେବା ସମ୍ମାନ,ତନ୍ମୟ କିଶୋର ଦାଶ ଙ୍କୁ ମାୟାଧର କର ସାହିତ୍ୟ ସମ୍ମାନ,
କୈଳାଶ ଚନ୍ଦ୍ର ପ୍ରଧାନକୁ ବ୍ରଜକିଶୋର ପଣ୍ଡା ପ୍ରବନ୍ଧ ସମ୍ମାନ ଓ ଜୟଦେବ ସାହୁଙ୍କୁ ଅଲେଖ ଚନ୍ଦ୍ର ପରିଜା ଶିକ୍ଷା ସମ୍ମାନ, ଅଳକା ପ୍ରିୟ ଦର୍ଶିନୀ ଦାଶ ଙ୍କୁ ମାଳତୀକର ମେଧା ସମ୍ମାନ, ବିଷ୍ନୁପ୍ରିୟା ଚାରିଟେବଲ ଟ୍ରଷ୍ଟ କୁ ମିରl ରାଣୀ ମହାପାତ୍ର ସେବା ସମ୍ମାନ ପ୍ରଦାନ କରାଯାଇ ଥିଲା l ଏହି ପରିପ୍ରେକ୍ଷୀ ରେ ଅନୁଷ୍ଠାନ ପକ୍ଷରୁ ଏକ କବିତା ପାଠ ଉଚ୍ଛବ କରାଯାଇଥିଲା କବି ଓ କବୟିତ୍ରୀ ମାନେ ନିଜ ନିଜ କବିତା ପାଠ କରିଥିଲେ l ଶେଷରେ ଉମାକାନ୍ତ ରଥ ଧନ୍ୟବାଦ ଦେଇଥିଲେ l

No Result
View All Result