ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ଯ ସରକାରଙ୍କ ନିଷ୍ପତ୍ତି ଓ ଅନୁମୋଦନ କ୍ରମେ ମଙ୍ଗଳବାର ପୂର୍ବାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ରତ୍ନଭଣ୍ଡାର ଗଣତି ମଣତି ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ରାଜ୍ଯ ସରକାରଙ୍କ ଏସଓପି ଅନୁମୋଦନକୁ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଥିଲା ।















