କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଦୁଇ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଥିବା ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ କରଡା ଜଙ୍ଗଲରେ ମାଓ ଗତିବିଧି ସୂଚନା ପାଇ ଏସଓଜି ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ଗୁଳି ଚଳାଇଥିଲେ ।

ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲା। ଏହି ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା କ୍ୟାଡର ଥିବା ଜଣାପଡିଛି । ମାର୍ଚ୍ଚ ଶେଷ ସୁଦ୍ଧା ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ଯେଉଁ ପ୍ରକ୍ରିୟା ଚାଲିଛି, ସେଥିରେ କନ୍ଧମାଳ ଜିଲାରେ କିଛି ମାଓବାଦୀ ଆତ୍ମଗୋପନ କରିଛନ୍ତି ।















