No Result
View All Result
ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗୋଡା ରାଇମୂଳ ଗ୍ରାମ ସ୍ଥିତ ସାଇ ମନ୍ଦିର ପରିସରରେ ପ୍ରଥମ ବାର୍ଷିକ ମହାଯଜ୍ଞ ଭକ୍ତିଭାବ ପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଧାର୍ମିକ କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳ ତଥା ଛିମା, ଇନ୍ଦିପୁର, ଶଗଡଭଙ୍ଗା, ସିକୋ, ପାଟଣା, ରଣପୁର, ଗଡମାଣିତ୍ରୀ,ବୋତଳମା ଓ ପରିଛଳ ଅଞ୍ଚଳର ଶତାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ରୁଣ୍ଡିଭୂତ ହୋଇଥିବାର ଲକ୍ଷ୍ୟ କରାଯାଇଥିଲା ।

ପ୍ରଥମ ଦିନ ଶୁଭାଧିବାସ ଓ ମଣ୍ଡଳକରଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ବେଦମନ୍ତ୍ର ଧ୍ୱନି ମଧ୍ୟରେ ପରିବେଶ ଆଧ୍ୟାତ୍ମିକ ମହଲରେ ପରିଣତ ହୋଇଥିଲା । ଦ୍ୱିତୀୟ ଦିନ ଜଳଯାତ୍ରା, ଦେବତା ଅର୍ଜନ ଓ ସୂର୍ଯ୍ୟପୂଜା ପରେ ଅପରାହ୍ନରେ ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରାହ୍ମଣ, ପଣ୍ଡିତ ମାନେ ବିଧିବତ୍ ମନ୍ତ୍ରପାଠ କରି ପୂର୍ଣ୍ଣାହୁତି ସମାପନ କରିଥିଲେ । ମନ୍ଦିର ପରିସର ଭକ୍ତିମୟ ପରିବେଶରେ ମୁଗ୍ଧ ହୋଇଥିଲା ।

ଗ୍ରାମବାସୀମାନଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସୁସଂଘଟିତ ହେବା ସହିତ ପୀଠସ୍ଥଳୀଟି ଵେଶ୍ ଉତ୍ସବମୁଖର ହୋଇଥିଲା । ଏହି ମହାଯଜ୍ଞ ଗ୍ରାମର ଆଧ୍ୟାତ୍ମିକ ଏକତାକୁ ଆହୁରି ମଜବୁତ କରିଥିବା ବୋଲି ମତ ପ୍ରକାଶ ପାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମ ରେ ବିନୋଦ କୁନାର ଦାସ ଓ ସାଗରିକା ସାହୁ କର୍ତ୍ତା ଭାବରେ ସହାୟକ ହୋଇ ଦୂରଦୂରାନ୍ତରୁ ଆସିଥିବା ପ୍ରମୂଖ ଶ୍ରଦ୍ଧାଳୁ ମାନଙ୍କୁ ଆଧ୍ୟାତ୍ମିକ ଦିଗରେ ଵ୍ରତି ହେବା ପାଇଁ ମାର୍ଗଦର୍ଶକ ଭାବେ ପ୍ରେରଣା ଦେଇଥିଲେ ।

ଏଥିରେ ମୂଖ୍ୟ ପୁରୋହିତ ଦୀନବନ୍ଧୁ ରଥ ଶର୍ମା ଓ ସହଯୋଗୀ ଯୋଗୀନାଥ ଦାସ୍ ଙ୍କ ମନ୍ତ୍ର ପାଠ ସହିତ ବେଦ ଧ୍ବାଵନୀ ତାଳେ ତାଳେ ଭକ୍ପାତ ମାନଙ୍କର ହରିବୋଲ କରତାଳି, ହୁଳହୁଳି ରେ ବାବା ସାରନାଥ ଙ୍କ ନାମ କୀର୍ତ୍ତନ କରାଯାଇଥିଲା।ଏହା ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଥିଲା ।

No Result
View All Result