No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- “ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ କୁରଂଜିପୁର ” ଦୀର୍ଘ ୫୨ ବର୍ଷ ପରେ ୧୯୭୪ ବ୍ୟାଚର ଛାତ୍ର ଛାତ୍ରୀମାନେ ବାଲିପାଟଣା ବ୍ଲକ ଅନ୍ତର୍ଗତ ଓଡଖଣ୍ଡ (ସୋଧୁଅ) ସ୍ଥିତ ବୀଣାପାଣି ଶିଶୁ ବିଦ୍ୟା ନିକେତନ” ସ୍କୁଲରେ ଗୁରୁପୂଜନ ଅବସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଏକାଠି ହୋଇଛନ୍ତି । ଏଥିରେ ସେହି ସମୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ ବସ୍ତିଆ, ଶ୍ରୀଯୁକ୍ତ ଅଜୟ କୁମାର ସାହୁ, ଶ୍ରୀଯୁକ୍ତ ବାଉରୀ ବନ୍ଧୁ ସାହୁ, ଶ୍ରୀଯୁକ୍ତ ଉମାକାନ୍ତ ପରିଡା ଓ ଶ୍ରୀଯୁକ୍ତ ବେଣୁଧର ବେହେରା ଉପସ୍ଥିତ ରହି ସେହି ସମୟର ପାଠପଢା ଓ ଗୁରୁ ଶିଷ୍ୟଙ୍କ ମଧ୍ୟରେ ରହିଥିବା ପବିତ୍ର ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ।

ଏହି ମିଳନର ଉଦେକ୍ତା ଭାବରେ ଶ୍ରୀ ପଦ୍ମ ଚରଣ ନାୟକ, ଶ୍ରୀ ବଟ କୃଷ୍ଣ ଦାସ, ଶ୍ରୀ ବିରଞ୍ଚି ନାରାୟଣ ଦାସଙ୍କ ସହ ଶ୍ରୀ ବିଭୁତି ଭୂଷଣ ମହାନ୍ତିଙ୍କର ଏହି ଅବିସ୍ମରଣୀୟ କାର୍ଯ୍ୟକୁ ଉପସ୍ଥିତ ଥିବା ପ୍ରାୟ ୨୧ଜଣ ବନ୍ଧୁ ଓ ବାନ୍ଧବୀ ସାଧୁବାଦ ଜଣାଇଥିଲେ। ପରପାରିକୁ ଚାଲି ଯାଇଥିବା ୧୨ଜଣ ବନ୍ଧୁଙ୍କର ଆତ୍ମାର ସଦଗତି କାମନା ଲାଗି ୫ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରାୟ ଅନେକ ବନ୍ଧୁ ୭0 ବର୍ଷରେ ପଦାର୍ପଣ କରିବାକୁ ଯାଉଥିଲେ ମଧ୍ୟ ବାଲ୍ୟ କାଳର ଅଭୁଲା ସ୍ମୃତିକୁ ସେମାନେ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିବାକୁ ଭୁଲି ନଥିଲେ।

ଗୁରୁପୁଜନ ଅବସରରେ ଛାତ୍ର ଛାତ୍ରୀମାନେ ଗୁରୁଙ୍କୁ ଉତ୍ତରୀୟ ଏବଂ ଗୋଲାପ ଫୁଲକୁଣ୍ଡ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏହି ବନ୍ଧୁ ମିଳନରେ ଉପସ୍ଥିତ ବାନ୍ଧବୀ ଶ୍ରୀମତୀ ସାବିତ୍ରୀ ନାୟକ, ଶ୍ରୀମତୀ ଉତ୍କଳ ମଞ୍ଜରୀ ମହାନ୍ତି, ଶ୍ରୀମତୀ ଶକୁନ୍ତଳା ମିଶ୍ର (ଆଚାର୍ଯ୍ୟ ), ଶ୍ରୀମତୀ ନଳିନୀ ଜେନା, ନର୍ମଦା ସାହୁ ଓ ପ୍ରମିଳା ବାରିକ ନିଜ ନିଜର ଜୀବନ ସାଥୀଙ୍କ ସହ ଉପସ୍ଥିତ ରହି ବନ୍ଧୁ ମାନଙ୍କ ସହ ଆତ୍ମୀୟତା ଆଦାନ ପ୍ରଦାନ କରିଥିଲେ। ବନ୍ଧୁ ମାନଙ୍କ ମଧ୍ୟରେ ବିଜୟ କୁମାର ଦାସ ସପତ୍ନୀକ ସହ ଓ ସୁଶାନ୍ତ ସାହୁ, ସୁରେନ୍ଦ୍ର ବେହେରା, ପୁରେନ୍ଦ୍ର ବେହେରା, ଧୀରନ୍ଦ୍ର ବିଶ୍ୱାଳ,
ଗନ୍ଧର୍ବ ସାମଲ, ଘନ ଶ୍ୟାମ ନାୟକ ଓ ଘନ ଶ୍ୟାମ ବେହେରା, ଉମାକାନ୍ତ ମଳିକ, ରବୀନ୍ଦ୍ର ମୁଦୁଲି , କୈଳାସ ଚନ୍ଦ୍ର ରାୟ ପ୍ରମୁଖ ଯୋଗଦେଇ ଅତୀତର ସ୍ମୃତି ଚାରଣ କରିବା ସହ ପରସ୍ପର ଖୁସି ମନାଇଥିଲେ। ଏହି ବନ୍ଧୁ ମିଳନ ଅବସରରେ ଏକ ଭୋଜିଭାତର ଆୟୋଜନ କରାଯାଇଥିଲା । ଦୀର୍ଘ ୫୨ ବର୍ଷ ପରେ ୧୯୭୪ ବ୍ୟାଚର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିବାରୁ ଏହାକୁ ବାଲିପାଟଣା ଅଞ୍ଚଳବାସି ପ୍ରଶଂସା ସହ ସ୍ବାଗତ କରିଛନ୍ତି । ଏହି ବନ୍ଧୁ ମିଳନକୁ ପ୍ରତି ବର୍ଷ ପାଳନ କରିବାକୁ ସମସ୍ତେ ଦୃଢ଼ ସଂକଳ୍ପ ନେଇଛନ୍ତି ।

No Result
View All Result