No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶ୍ରୀମାଙ୍କ ୧୪୮ ତମ ଜନ୍ମବାର୍ଷିକ ଉତ୍ସଵ ଖୋର୍ଦ୍ଧା ଜିଲ୍ଲା ଭେଙ୍କଟରାୟପୁର ଖୁଣ୍ଟିଆସାହି ସ୍ଥିତ ମାଳପଡିଆ, ସନିଶ୍ଚର ମଠ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିବା ସମ୍ପୂର୍ଣ୍ଣ। ଫାଉଣ୍ଡେସନ ଟ୍ରଷ୍ଟର ଚେୟାରମେନ ଝିଲି ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପାଲା ଗାୟକ କଳାଶ୍ରୀ ଅଭିମନ୍ୟୁ ବେହେରା,ଏଵଂ ସମ୍ମାନୀତ ଅତିଥିଭାବେ ଚକ୍ଷୁ ଚିକିତ୍ସା ଅଧିକାରୀ ଗୌତମ ଦାସ,

କୃପାନେତ୍ରର ସଂପାଦକ ରବି ପାତ୍ର, କମ୍ୟୁନିଟି ହେଲଥ ଅଫିସର ଲକ୍ଷ୍ମୀପ୍ରିୟା ଦାସ,ସାମ୍ୱାଦିକ ବିନୋଦ କୁମାର ଭୋଇ, ପ୍ରମୁଖ ଯୋଗ ଦେଇ ଶ୍ରୀମାଙ୍କର ବହୁମୁଖୀ ମହିମା ସଂପର୍କରେ ସ୍ମୃତିଚାରଣ କରିଥିଲେ । ଏଥିରେ “ସୁମନ”ଅନୁଷ୍ଠାନର ଓଡିଶା ସହଯୋଗୀ ସୁକାନ୍ତ କୁମାର ଜେନା, ସୁମନ ଜୋନ ସଂଗଠକ ଶ୍ରୀଧର ବେହେରା, ପୁରୀ ଜିଲ୍ଲା ସଙ୍ଗଠିକା କୌଶଲ୍ୟା ସାମଲ,

ବିପିନ ବିହାରୀ ଦାସଙ୍କ ସମେତ ବହୁ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉତ୍ସବ ଲାଗି ମା, ଙ୍କର ପଦଚାରଣ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ, ଖୋର୍ଦ୍ଧା ଜିଲ୍ଲାରୁ ଶତାଧିକ “ସୁମନ ଭଲ୍ୟୁଣ୍ଟରସମାନେ ଆସି ଯୋଗଦାନ କରିଥିଲେ । ଏହି ବାର୍ଷିକ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କୃତୀ ବ୍ୟକ୍ତିମାନଙ୍କୁ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

No Result
View All Result