ଗୋପ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡ଼ିଶା ସରକାର ୨୦୨୬–୨୭ ଆର୍ଥିକ ବର୍ଷରେ ନୂଆ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ଆମନ୍ତ୍ରଣ କରିଥିବା ପରିପ୍ରେକ୍ଷିରେ ପୁରୀ ଜିଲ୍ଲା ବିଭାଜନ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ ବିଜେପି କୃଷକ ମୋର୍ଚ୍ଚା, ଓଡ଼ିଶାର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ପୁରୀ ଜିଲ୍ଲାର ସମ୍ଭାବ୍ୟ ବିଭାଜନ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଗୋପ ଓ କୋଣାର୍କକୁ ପୁରୀ ଜିଲ୍ଲାରୁ ଅଲଗା ନ କରିବାକୁ ଅନୁରୋଧ କରିଛନ୍ତି ।















