ପାରମ୍ପରିକ ଓଡ଼ିଆ ଖାଦ୍ୟରେ ରହିଛି ପୋଷକ ତତ୍ତ୍ୱ
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଜିଲ୍ଲା ର ଗୋପ ବ୍ଲକ ଅନ୍ତର୍ଗତ ବଡଗାଁ ପଞ୍ଚାୟତ ର ପୁଟୁପଡା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ରେ ଗତ 19 ତାରିଖ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯାହାର ନାମକରଣ ଥିଲା “ଆମ ବ୍ୟଞ୍ଜନ ” ଏହା ଭୁଆଁ ସେକ୍ଟର ଅଧିନସ୍ତ ପୁଟୁପଡା ଅଙ୍ଗନବାଡି ଜ୍ଞାନ କେନ୍ଦ୍ର ଠାରେ ଆୟୋଜିତ ହୋଇଥିଲା l ଏହାକୁ ଗୋପ ବ୍ଲକ ସମନ୍ୱିତ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ଗୁରୁତ୍ୱ ଓ ଏହାର ସ୍ୱାସ୍ଥ୍ୟଗତ ଉପକାରିତା ଉପରେ ଆଲୋକପାତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଅଙ୍ଗନବାଡ଼ି କର୍ମୀ ଅହଲ୍ୟା ପାଣ୍ଡି କହିଛନ୍ତି ଯେ, ଓଡ଼ିଆ ଖାଦ୍ୟ କେବଳ ଏକ ପରମ୍ପରା ନୁହେଁ, ବରଂ ଏହା ଶରୀର ପାଇଁ ଆବଶ୍ୟକୀୟ ଭିଟାମିନ୍ ଓ ଖଣିଜ ଲବଣରେ ଭରପୂର। ବିଶେଷ କରି ଜୈବିକ ପଦ୍ଧତିରେ ପ୍ରସ୍ତୁତ ମାଣ୍ଡିଆ ଜାଉ, ଚକୁଳି ପିଠା ଓ ପାରମ୍ପରିକ ପଣା ଭଳି ଖାଦ୍ୟ ଆଧୁନିକ ଫାଷ୍ଟଫୁଡ୍ ତୁଳନାରେ ଯଥେଷ୍ଟ ଗୁଣକାରୀ ।















