ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଦ୍ୟାଳୟରେ ଅଧ୍ୟୟନ ରତ କୋମଳମତି ଛାତ୍ରଛାତ୍ରୀ । ବାରମ୍ବାର ଅଭିଯୋଗ ପରେ ବି ସୁଧୁରୁନି ସମସ୍ୟା । ଏହା କେଉଁ ଉପାନ୍ତ ଅଞ୍ଚଳର ନୁହେଁ, ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ୭ ନଂ ୱାର୍ଡ ନୁଆସାହି ନିକଟସ୍ଥ ପିପଳ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ସହରାଞ୍ଚଳରେ ଥିବା ଏହି ବିଦ୍ୟାଳୟରେ ବାଲ୍ ବାଟିକା ଠାରୁଆରମ୍ଭ କରି ୮ ମ ଶ୍ରେଣୀ ମଧ୍ୟରେ ୧୮୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ।

କିନ୍ତୁ ଦୀର୍ଘ ବର୍ଷ ଧରି ବିଦ୍ୟାଳୟର ସମସ୍ୟା ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଥିଲେ ମଧ୍ୟ ଏଯାଏଁ ହୋଇପାରିନି ସମସ୍ୟାର ସମାଧାନ । ବିଦ୍ୟାଳୟ ଚତୁଃପାର୍ଶ୍ୱରେ ପାଚେରୀ ନାହିଁ,ବିଦ୍ୟାଳୟ ପରିସରରେ ଥିବା ଶୈଚାଳୟ କାର୍ଯ୍ୟରେ ଆସୁନି । ଗୋଟିଏ ପଟେ ଆବଶ୍ୟକତା ଅନୁସାରେ ଶ୍ରେଣୀ ଗୃହ ନଥିବା ବେଳେ ଥିବା ଶ୍ରେଣୀ ଗୃହ ଛାତରୁ ପ୍ଲାଷ୍ଟର ଖସି ଲୁହା ଛଡ଼ ଦେଖାଗଲାଣି । ଅନ୍ୟପଟେ ଭଙ୍ଗା ଦଦରା ଘରେ ରୋଷେଇ ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ ।















