ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ପୁରୀ ପୁଲିସର ନିରନ୍ତର ପାଟ୍ରୋଲିଂ ଓ ତ୍ୱରିତ ପଦକ୍ଷେପ ଯୋଗୁଁ ଜଣେ ପର୍ଯ୍ୟଟକଙ୍କଠାରୁ ଚୋରି ହୋଇଥିବା ସୁନା ଚେନ୍ ଉଦ୍ଧାର କରାଯିବା ସହ ଅଭିଯୁକ୍ତକୁ କାବୁ କରାଯାଇଛି। ସୂଚନା ଅନୁଯାୟୀ, ଢେଙ୍କାନାଳରୁ ପୁରୀ ବୁଲିବାକୁ ଆସିଥିବା କିଛି ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିବା ସମୟରେ ଜଣେ ବ୍ୟକ୍ତି ସୁଯୋଗ ନେଇ ଜଣେ ପର୍ଯ୍ୟଟକଙ୍କ ବେକରୁ ସୁନା ଚେନ୍ ଛିଡ଼ାଇ ନେଇଥିଲା।

ଘଟଣା ପରେ ଅଭିଯୁକ୍ତ ଜଣକ ସୁନା ଚେନ୍ ନେଇ ସେଠାରୁ ଦୌଡ଼ି ପଳାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପିସି ଆର -୫ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ବିଳମ୍ବ ନକରି ଅଭିଯୁକ୍ତ ଯେଉଁ ଦିଗକୁ ଦୌଡ଼ି ପଳାଇଥିଲା, ସେହି ଦିଗକୁ ତାଙ୍କ ପିଛା କରିଥିଲେ। ପୁଲିସ କର୍ମଚାରୀଙ୍କୁ ପିଛା କରୁଥିବା ଦେଖି ଅଭିଯୁକ୍ତ ଜଣକ ପୁରୀ ହୋଟେଲ ଲେନ ଭିତରକୁ ପଶି ଯାଇଥିଲା। ପୁଲିସକୁ ଚକମା ଦେଇ ଖସିଯିବା ଉଦ୍ଦେଶ୍ୟରେ ସେ ସାଙ୍ଗରେ ନେଇଯାଉଥିବା ସୁନା ଚେନ୍ଟିକୁ ସେଠାରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟକୁ ଫୋପାଡ଼ି ଦେଇଥିଲା।
ତେବେ ପୋଲିସ କର୍ମଚାରୀମାନେ ଅଭିଯୁକ୍ତଙ୍କ ଗତିବିଧିକୁ ନଜରରେ ରଖି ତାଙ୍କୁ ପିଛା କରିଥିଲେ। ଶେଷରେ ଅଭିଯୁକ୍ତ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ତାଙ୍କୁ କାବୁ କରିଥିଲେ। ଏଥିସହ ଅଭିଯୁକ୍ତ ଫୋପାଡ଼ି ଦେଇଥିବା ସୁନା ଚେନ୍ଟି ମଧ୍ୟ ଉଦ୍ଧାର କରାଯାଇଥିଲା। ଘଟଣା ସମୟରେ ଅଭିଯୁକ୍ତଙ୍କ ଦ୍ୱାରା ସୁନା ଚେନ୍ ଛିଡ଼ାଇ ନେବା ସମୟରେ ପର୍ଯ୍ୟଟକ ଜଣକ ଆହତ ହୋଇଥିଲେ। ତାଙ୍କୁ ପୁଲିସ ପକ୍ଷରୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଅଭିଯୁକ୍ତ ହେଲେ ବି ଛାଟୁ ବେହେରା ,















