ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀର ଏହି ଐତିହ୍ଯ କୋର୍ଟ ୧୬୩ ବର୍ଷ ଧରି ରହିଥିବା ବେଳେ ସରକାର ଏହାକୁ ସ୍ଥାନାନ୍ତର ନିଷ୍ପତ୍ତି ବଦାଳାଇବା ପାଇଁ ଓକିଲ ସଂଘ ପକ୍ଷରୁ ପ୍ରତିବାଦରେ ମାଳତୀପାଟପୁର ଠାରେ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୫ଘଣ୍ଟା ଧରି ଶାନ୍ତିପୂର୍ଣ୍ଣ ଭାବେ ରାସ୍ତାରୋକ ଆନ୍ଦୋଳନ କରିଯାଇଥିଲା ।

ଏହି ଆନ୍ଦୋଳନରେ ଶତାଧିକ ପୁରୁଷ ଓ ମହିଳା ଓକିଲ ସାମିଲ ହୋଇଥିଲେ । ଆନ୍ଦୋଳନକାରୀଙ୍କ ଚାରିପଟେ ପୋଲିସ ଜଗି ରହିଥିଲା । ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସାଧାରଣ ଜନତା ଦୀର୍ଘ ସମୟ ଧରି ଅଟକ ରହିଥିଲେ । ପୁରୁଣା କୋର୍ଟ ନିକଟରେ ଥିବା ଡିଆରଡିଏ ଅଫିସ, ତହସିଲ ଅଫିସ, ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ମିଶ୍ରଣ କରାଗଲେ ଗାଇଡ ଲାଇନ ଅନୁସାରେ ୫ଏକର କୋର୍ଟ ଜମି ରହିବା ସହ ସ୍ଥାନାନ୍ତର ହେବନାହିଁ ବୋଲି ଆଇନଜୀବୀ ମାନେ ଦାବି କରିଥିଲେ ।

ବିଭିନ୍ନ ଉପରିସ୍ଥ ଅଧିକାରୀ ମାନଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ଯ କୌଣସି ପଦକ୍ଷେପ ନନେବାରୁ ଆଇନଜୀବୀ ମାନେ ୩୫୦ ଦିନ ଧରି ସତ୍ଯାଗ୍ରହ ଚାଲୁରଖିଛନ୍ତି । ପୌର କାର୍ଯ୍ୟାଳୟ ଘେରାଉ, ପିକେଡିଏ ଅଫିସ ଘେରାଉ, ଅଠରନଳା ଠାରେ ରାସ୍ତାରୋକ ପରେ ଶୁକ୍ରବାର ମାଳତୀପାଟପୁର ଠାରେ ରାସ୍ତାରୋକ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା ।















