No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡ଼ିଶା ରେ ବ୍ୟାପକ ଭାବରେ ଗଞ୍ଜେଇ ର ଚୋରାଚାଲାଣ ହେଉଥିବା ଓଡ଼ିଶା ଅବକାରୀ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା ବେଳେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ ସାଲେପୁର ମଣ୍ଡଳ ଅବକାରୀ ବିଭାଗ ର ଭାରପ୍ରାପ୍ତ ଅବକାରୀ ନିରୀକ୍ଷକ ଶ୍ରୀ ଅଭିରାମ ସାହୁ ଙ୍କ ନେତୃତ୍ୱରେ ଏକ ଦଳ ସନ୍ଧ୍ୟା ଘ ୦୬.୪୫ଣ୍ଟା ସମୟ ରେ କଟକର ଜଗତପୁର ଥାନା ଅଧିନସ୍ଥ ପଦ୍ମପୁର ଛକ ଠାରେ ଗାଡ଼ି ଚେକିଙ୍ଗ ସମୟରେ ପଶ୍ଚିମବଙ୍ଗ ମୂର୍ଷିଦାବାଦ୍ ର ରିଙ୍କୁ ବିଶ୍ବାସ ନାମକ ଜନୈକ ବ୍ୟକ୍ତି ଙ୍କୁ ସନ୍ଦେହ ରେ ଅଟକାଇ ଖାନତଲାସ କରି ତାଙ୍କ ପାଖରୁ ୪.୨୦୦ କେ.ଜି ର ଚୋରା ଗଞ୍ଜେଇ ଜବତ କରିଛନ୍ତି।
ଏହି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଚୋରାଚାଲାଣକାରୀ ଶ୍ରୀ ରିଙ୍କୁ ବିଶ୍ବାସ ଙ୍କୁ ଓଡ଼ିଶା ଅବକାରୀ ଆଇନ ୧୯୮୫ ର ଧାରା ୨୦(ବି) ଅନୁଯାୟୀ ମାମଲା ରୁଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି । ଏହି ଚଢାଉ କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା ସାଲେପୁର ମଣ୍ଡଳ ଅବକାରୀ ବିଭାଗ ର ଭାରପ୍ରାପ୍ତ ଅବକାରୀ ଅଧିକାରୀ ଶ୍ରୀ ରାଜକିଶୋର ନାୟକ,
ଉପ- ନିରୀକ୍ଷକ ଶ୍ରୀ ସୁଧାଂଶୁ କୁମାର ବେହେରା, କନେଷ୍ଟବଳ ଶ୍ରୀ ମନ୍ମଥ ସିଂ, ଶ୍ରୀ ଜିତେନ୍ଦ୍ର ବଳବନ୍ତରାୟ, ଶ୍ରୀ ସୁଶୀଲ କୁମାର ଦେହୁରୀ ଓ ମହିଳା କନେଷ୍ଟବଳ ସୁଶ୍ରୀ ସୋନାଲୀ ନାୟକ ସାମିଲ୍ ହୋଇଥିଲେ। ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀ ଙ୍କ ବିରୁଦ୍ଧରେ ଏହା ଏକ ସଫଳ ପଦକ୍ଷେପ ଏବଂ ଏହି ଚଢାଉ କାର୍ଯ୍ୟକ୍ରମ ନିୟମିତ ଭାବେ ଚାଲିବ ବୋଲି କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ତିଓ୍ବାରୀ ପ୍ରକାଶ କରିଛନ୍ତି।

No Result
View All Result