No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ ସଦର ଥାନା ଅନ୍ତର୍ଗତ ତେଲେଙ୍ଗାପେଣ୍ଠ ଗାନ୍ଧୀ ଛକ ଠାରେ ନୂତନ ଟ୍ରେଣ୍ଡଜ଼ ଜୋନର ପୁରୁଷ ବସ୍ତ୍ରାଳୟକୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କଟକ ସଦର ବିଧାୟକ ପ୍ରକାଶ ସେଠୀ ଓ ତାଙ୍କ ଧର୍ମ ପତ୍ନୀ ଡେଜ଼ୀ ସେଠୀ ଫିତା କାଟି ଶୁଭାରମ୍ଭ କରିଲେ । ଏଠାରେ ବିଭିନ୍ନ ପ୍ରକାରର ପୁରୁଷ ପୋଷାକ ଉପଲବ୍ଧ ଥିବା ବେଳେ ସୁଲଭ ମୂଲ୍ୟ ରେ ବିକ୍ରୟ ହେବ ବୋଲି କହିଛନ୍ତି ଟ୍ରେଣ୍ଡଜ଼ ମାଲିକ ଅଶୋକ କୁମାର ସାହୁ।
ଶୁଭାରମ୍ଭ ଦିବସରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ରଙ୍ଗ ବେରଙ୍ଗର ପୋଷାକ କ୍ରୟ କରିବାରେ ଭିଡ଼ ଜମି ଥିଲା । ଏହି କାର୍ଯ୍ୟ କ୍ରମରେ ତାଙ୍କର ଦୁଇ ପୁତ୍ର ଓ ମନୋଜ କୁମାର ନାୟକ ଏବଂ ଅନ୍ୟମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ । ବିଧାୟକ ପ୍ରକାଶ ସେଠୀ ନିଜ ପାଇଁ ପୋଷାକ କିଣି ସମସ୍ତଙ୍କର ପ୍ରିୟଭାଜନ ହେବ ସହିତ ଅନ୍ୟ ମାନଙ୍କୁ ଏଭଳି ଏକ ସୁଯୋଗ ଦେବା ପାଇଁ ଉତ୍ସାହିତ କରିଥିଲେ । ଏଥିରେ ଅନ୍ୟ ମାନେ ସହଯୋଗ କରିଥିଲେ ।

No Result
View All Result