No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ପୁରୀଙ୍କ ତତ୍ତ୍ୱାବଧାନରେ ଗତ ଫେବୃୟାରୀ ୧୧ ଠାରୁ ୧୩ ତାରିଖ ତିନି ଦିନ ଧରି ପୁରୀ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ୪୫ ଜଣ ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ନେଇ ତିନି ଦିନିଆ ତାଲିମ ଓ ପରିଦର୍ଶନ କାର୍ଯ୍ୟକ୍ରମ ସ୍ଥାନୀୟ ଉତ୍କଳ ବାଳାଶ୍ରମ ସମ୍ମେଳନ କକ୍ଷ, ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ, ପୁରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। ସେ କହିଥିଲେ ଯେ ସମସ୍ତ କର୍ମକର୍ତ୍ତା ଆଇନ, ଗାଇଡଲାଇନ ଆଧାରରେ ଶିଶୁମାନଙ୍କୁ ଉପଯୁକ୍ତ ସେବା ଯତ୍ନ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ l

ସମ୍ମାନିତ ଅତିଥି ତଥା ତାଲିମଦାତା ଡାଃ ଅଜିତ କୁମାର ମହାପାତ୍ର ଅଧ୍ୟକ୍ଷ ଶିଶୁ ମଙ୍ଗଳ କମିଟି, ପୁରୀ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ l ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ୱାଗତ ଭାଷଣ ଦେବା ସହିତ ତାଲିମ୍ ପ୍ରଦାନ କରିଥିଲେ। ଶିଶୁରୋଗ ବିଶେଷଜ୍ଞ ଡାଃ ସୂର୍ଯ୍ୟ ନାରାୟଣ ମିଶ୍ର, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ନାରାୟଣ ପ୍ରସାଦ ନନ୍ଦ ଯୋଗଦେଇ ପ୍ରାଥମିକ ଚିକିତ୍ସା ତଥା ଶିଶୁ ଯତ୍ନ ଅନୁଷ୍ଠାନରେ ସ୍ୱାସ୍ଥ୍ୟସେବା ଉପରେ ଆଲୋକପାତ କରିଥିଲେ l

ଶିଶୁ ଯତ୍ନ ଅନୁଷ୍ଠାନର କାର୍ଯ୍ୟକୁ ନେଇ ବିଭିନ୍ନ ବିଷୟ ଯଥା କିଶୋର ନ୍ୟାୟ ଆଇନ, ପୋକ୍ସୋ ଆଇନ, ଶିଶୁ ସୁଲଭ ପରିବେଶ, ଅନୁଷ୍ଠାନରେ ପ୍ରବେଶ ଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ ଥିବା ବିଧି ବ୍ୟବସ୍ଥା, କର୍ମଚାରୀଙ୍କ କର୍ତ୍ତବ୍ୟ, ମିଶନ ବାତ୍ସଲ୍ୟ ପୋର୍ଟାଲ, ସାମାଜିକ ଅନୁସନ୍ଧାନ ରିପୋର୍ଟ, ଅଣ ଆନୁଷ୍ଠାନିକ ଯତ୍ନ, ପରାମର୍ଶ ସେବା, ଆର୍ଥିକ ପରିଚାଳନା, ସମନ୍ଵୟ ଓ ସହଭାଗୀ ଯୋଜନା ଗୁଡିକ ବିଷୟରେ ବିସ୍ତୃତ ଭାବରେ ବିଷୟ ବିଶେଷଜ୍ଞମାନେ ଆଲୋଚନା କରିଥିଲେ l

ବିଷୟ ବିଶେଷଜ୍ଞ ଭବରେ ସନ୍ତୋଷ କୁମାର ସାହୁ ଏଲ. ପି. ଓ, ସ୍ନିଗ୍ଧା ରାଣୀ ସାହୁ, ପି ଓ ଏନ୍ ଆଇ ସି, ରୋଜାଲିନ ପାତ୍ର ଓ ମିନାକ୍ଷୀ ବାରିକ ପରାମର୍ଶଦାତା, ରୁଧିସୁନ୍ଦର୍ ମିଶ୍ର ଅଧିକ୍ଷକ, ବିଜୟ କୁମାର ପରିଡା, କମଳା ମହାରଣା, ହରେକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ l ସମସ୍ତ ଅଂଶୀଦାରମାନେ ଲୋକନାଥ ରୋଡ ସ୍ଥିତ ଖ୍ରୀଷ୍ଟଜ୍ୟୋତି ଆଶ୍ରମ ପରିଦର୍ଶନରେ ଯିବା ସହିତ ସେଠିକାର ସେବା ଯତ୍ନ ଶିକ୍ଷା ଲାଭ କରିଥିଲେ l ଶିଶୁ ଯତ୍ନ ଅନୁଷ୍ଠାନରେ ଚିନ୍ତା ମୁକ୍ତ ହେଇ ମାର୍ଗଦର୍ଶିକାର ସଠିକ ଅନୁପାଳନ ସହିତ ଯତ୍ନ କାର୍ଯ୍ୟ କରିବାର ଉପାୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l

ଅନଲାଇନ ମାଧ୍ୟମରେ ଅଂଶଗ୍ରହଣକାରୀମାନେ ସେମାନଙ୍କର ମତାମତ ଦେବା ସହିତ ପରୀକ୍ଷା ଦେଇଥିଲେ l ତାଲିମକୁ ଖୁବ୍ ଉପଭୋଗ କରିବା ସହିତ ସମସ୍ତ ବିଷୟରେ ବୁଝିଥିଲେ l ଉଦଯାପନୀ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କ ମତାମତ ଶୁଣିଥିଲେ ଓ ନିଷ୍ଠାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ। ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ମିଶନ ଶିଶୁସୁଲଭ ପରିବେଶ, ଶିଶୁ ଯତ୍ନ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ତାଲିମ୍ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଚାଇଲ୍ଡ ହେଲ୍ପଲାଇନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

No Result
View All Result