No Result
View All Result
ଖୋରଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜଟଣୀ ବ୍ଲକ୍ ଅନ୍ତର୍ଗତ କନ୍ତିଆ ସ୍ଥିତ ଶ୍ରୀ ସୋମନାଥ ବାଲୁଙ୍କେଶ୍ୱର ଦେବ ମହିଳା ମହା ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫-୨୬ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ବାରଙ୍ଗ କୁଞ୍ଜ ବିହାରି କଲେଜର ପ୍ରଫେସର ଇନ୍ ପଲିଟିକାଲ ସାଇନ୍ସ,ଡ଼ଃ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ’ମହିଳାଙ୍କ ଉନ୍ନତିରେ ସମାଜର ଉନ୍ନତି,

ଏବେ ସରକାର ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଉଛନ୍ତି ତା’ର ଭରପୁର ଫାଇଦା ନେବାକୁ ଉପସ୍ଥିତ ଛାତ୍ରୀ ମାନଙ୍କୁ ସେ’ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡ଼ଃ ନୃସିଂହ ପ୍ରସାଦ ବସ୍ତିଆ ଅବସର ପ୍ରାପ୍ତ ରିଡର୍ ଇନ୍ ଓଡ଼ିଆ ରାଜସୁନାଖଳା କଲେଜ ଓ କନ୍ତିଆ ମହିଳା ମହାବିଦ୍ୟାଳୟ +୩ର ସ୍ପେଶାଲ୍ ଅଫିସର୍ କହିଥିଲେ’ଯେ ସମସ୍ତଙ୍କୁ ଆପଣାର କରି ଶିଖିଲେ ନିଶ୍ଚିତ ଜଣେ ସଫଳ ବ୍ୟକ୍ତିତ୍ଵ ହାସଲ କରିପାରେ, ସେଥିପାଇଁ ଚେଷ୍ଟା ନିଷ୍ଠା ଓ ପରିଶ୍ରମ ଜାରୀ ରଖିଲେହିଁ ସମ୍ଭବପର ହୋଇପାରିବ।

ଅନ୍ୟମାନଙ୍କ ମଧ୍ୟରେ ବାଉରୀବନ୍ଧୁ ମହାବିଦ୍ୟାଳୟ ଛତାବର’ର ଲେକଚର୍ ଇନ୍ ଓଡ଼ିଆ ସାରଙ୍ଗଧର ମହାପାତ୍ର,ଗାନ୍ଧୀ ରେଶିଡେନ୍ସିଆଲ କଲେଜ୍ ପିତାପଲି’ର ପ୍ରଫେସର ଇନ୍ ଇଂଲିଶ ଡ଼ଃ ସୁଧାଂଶୁ ଶେଖର ମହାରଣା, କନ୍ତିଆ କଲେଜ୍ +୩ ପ୍ରିନ୍ସପାଲ ଲେକ୍ଚର୍ ଇନ୍ ହିଷ୍ଟ୍ରୀ ଗଙ୍ଗାଧର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

କନ୍ତିଆ ଶ୍ରୀ ସୋମନାଥ ଦେବ ମହିଳା ମହାବିଦ୍ୟାଳୟ +୨ ପ୍ରିନଷ୍ପାଲ୍ ସତ୍ୟବ୍ରତ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଛାତ୍ରୀ ମାନେ ଚଳିତ ବର୍ଷ କେମିତି ଭଲ ନମ୍ବର ରଖି ନିଜର ଏବଂ କଲେଜର ନାମ ରଖିବେ ସେଥିପାଇଁ ଚେଷ୍ଟିତ ହୁଅନ୍ତୁ । ଏହି କାର୍ଯ୍ୟକ୍ରମରେ ଡ଼ଃ ଶୁଶାନ୍ତ କୁମାର ରାଉତ୍ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପିକା ସୌଦାମିନୀ ବେହେରା ବୀବରଣୀ ପାଠ ଓ ଡ଼ଃ ରଜନୀ ରଣସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ।

ସେହିପରି ୨୦୨୪-୨୫,+୨ ବାର୍ଷିକ ପରୀକ୍ଷାରେ ୫୩୨ ନମ୍ୱର୍ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ବିଜୟ ଲକ୍ଷ୍ମୀ ଭୂୟାଁ ଓ ବିଜ୍ଞାନରେ ସର୍ବାଧିକ ନମ୍ୱର୍ ରଖି ଉତ୍ତୀର୍ଣ୍ଣ ହୋଇଥିବା ଆକାଂକ୍ଷା ସାହୁଙ୍କୁ ମାନପତ୍ର ଦେଇ ଅତିଥିଗଣ ସମ୍ମାନୀତ କରିଥିଲେ। ସର୍ବପରି ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଦିଲୀପ କୁମାର୍ ଜେନା, ଗୌରାଙ୍ଗ ଚନ୍ଦ୍ର ପୃଷ୍ଟି,ଅବଦୁଲ କଲାମ,ବିମଳ କୁମାର ବେହେରା, ଶୁଶାନ୍ତ ସାମନ୍ତରାୟ,

ଅଧ୍ୟାପିକା ଡ଼ଃ ସୁକାନ୍ତି ମହାପାତ୍ର, ସସ୍ମିତା ସ୍ବାଇଁ, ଦୁର୍ଗା ରାଣୀ ନାୟକ,ଚିନ୍ମୟୀ ମହାନ୍ତି,ପୁସ୍ପିତା ରାଣୀ ସାହୁ, ଅଧ୍ୟାପିକା କଲ୍ୟାଣୀ ପଟନାୟକ, ରତିଶ୍ରି ପଟନାୟକ, ଇତିଶ୍ରୀ ଜେନା, ନମିତା ବେହେରା ଏବଂ କଲେଜର କର୍ମଚାରି ସନ୍ତୋଷ ପ୍ରଧାନ, ବିଷ୍ଣୁ ବଳିଆରସିଂ, ସୁବାସ ଜେନା, ଜୟନ୍ତ ସାହୁ, ବେବିନା ସେଠୀ, ଚନ୍ଦ୍ର ଶେଖର ବେହେରା, ଅଭିମନ୍ୟୁ ସାମନ୍ତସିଂହାର ପ୍ରମୁଖ ସଂଯୋଜନା ଏବଂ ପରିଚାଳନା କରିଥିଲେ । ଶେଷରେ ମହାବିଦ୍ୟାଳୟର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

No Result
View All Result